ଦାଦନ ଖଟିବାକୁ ଯାଇ ଯୁବକ ନିଖୋଜ

କେନ୍ଦୁଝର/ଚମ୍ପୁଆ (ପ୍ରଦୀପ ମହାନ୍ତ): ପରିବାରର ପେଟ ପୋଷିବା ପାଇଁ ଦାଦନ ଖଟିବାକୁ ଘରୁ ଗୋଡ କାଢ଼ିଥିଲେ । ହେଲେ ଅଧା ବାଟରୁ ନିଖୋଜ ହେଲେ । ନିଖୋଜ ଯୁବକ ଜଣକ ହେଉଛନ୍ତି ଚମ୍ପୁଆ ଏନଏସି ଅନ୍ତର୍ଗତ ୱାର୍ଡ ନଂ ଛଅ ଏଲଆଇସି କଲୋନୀ ର ୰. ବାଦଲ ନାଏକ ଙ୍କ ପୁଅ ନିଖିଳ ନାଏକ (୩୦) । ନିଖିଳ ଗତ ୧୩ ତାରିଖ ସୋମବାର ଦିନ ଛଅ ଜଣ ଙ୍କ ସହିତ ଦାଦନ ଖଟିବାକୁ ବାଙ୍ଗାଲୋର ଯିବା ପାଇଁ ଘରୁ ଗୋଡ କାଢିଥିଲେ । ଚମ୍ପୁଆ ରୁ ଭୁବନେଶ୍ୱର ଯାଇ ସେଠାରୁ ବାଙ୍ଗାଲୋର ଯାଉଥିବା ପ୍ରଶାନ୍ତି ଏକ୍ସପ୍ରେସ ଟ୍ରେନ ନଂ (୧୮୪୬୩) ରେ ସାଧାରଣ ବର୍ଗ ରେ ଚଢିଥିଲେ ।

ତେବେ ସେବେଠାରୁ ତାଙ୍କର ମୋବାଇଲ ସ୍ୱିଚ ଅଫ ଦେଖାଇବା ସହ ତାଙ୍କର ପତ୍ତା ମିଳୁନାହିଁ । ତାଙ୍କ ସାଙ୍ଗରେ ଯାଇଥିବା ଛଅ ଜଣ ମଧ୍ୟ ତାଙ୍କ ସମ୍ପର୍କ ରେ କିଛି ସ୍ପଷ୍ଟ ସୂଚନା ଦେଇପାରୁ ନାହାନ୍ତି । ସେମାନଙ୍କ କହିବା ଅନୁସାରେ ନିଖିଳ ଟ୍ରେନ ରୁ କୁଆଡେ ହଜିଯାଇଛନ୍ତି । ତେବେ ତାଙ୍କର ନିଖୋଜ କୁ ଆଠ ଦିନ ବିତିଥିବା ବେଳେ ତାଙ୍କର କୌଣସି ଖୋଜ ଖବର ମିଳିପାରୁ ନାହିଁ । ନିଖିଳ ଘର ର ଏକମାତ୍ର ରୋଜଗାରିଆ ପୁଅ ତଥା ସଦସ୍ୟ ହୋଇଥିବାରୁ ତାଙ୍କ ନିଖୋଜ ରେ ତାଙ୍କର ବିଧବା ମାଆ ଙ୍କ ସମେତ ପତ୍ନୀ ଓ ଦୁଇ ସନ୍ତାନ ଭାଙ୍ଗି ପଡ଼ିଛନ୍ତି । ନିଖିଳ ଙ୍କ ନିଖୋଜ ନେଇ ଆଠ ଦିନ ହେବ ଘରେ ଚୁଲି ଜଳି ନ ଥିବା ବେଳେ ପରିବାର ଲୋକେ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ପଡ଼ିଛନ୍ତି। ନିଖିଳ ଙ୍କୁ ଫେରାଇ ଆଣିବା ପାଇଁ ପରିବାର ଲୋକେ ଚମ୍ପୁଆ ଥାନା ର ଦ୍ୱାରସ୍ଥ ହୋଇଛନ୍ତି । ଏଥି ସହିତ ଚମ୍ପୁଆ ବିଧାୟକ ସନାତନ ମହାକୁଡ ଙ୍କୁ ଗୁହାରି ଜଣାଇ ତାଙ୍କର ସହାୟତା ଲୋଡ଼ିଛନ୍ତି ।

Leave a Reply

Your email address will not be published. Required fields are marked *

error: Content is protected !!