ରାୟଗଡା ଜିଲ୍ଲା ଭିନ୍ନକ୍ଷମ ମହାସଂଘ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ

ରାୟଗଡା (ଗୋପୀନାଥ ଗୌଡ଼): ଜିଲ୍ଲା ଭିନ୍ନକ୍ଷମ ମହାସଂଘ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ ୨ମାସ ଧରି ଭତ୍ତା ଆକାଉଣ୍ଟକୁ ନଆସିବାରୁ ଦାବୀପତ୍ର। ସାମାଜିକ ସୁରକ୍ଷା ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ରାୟଗଡ଼ାଙ୍କ ଜରିଆରେ NSAP ଯୋଜନା ଅଧିନରେ ଦୁଇ ମାସ ଧରି ଅଟକିଥିବା ଭତ୍ତା ପ୍ରଦାନ କରିବା ନିମନ୍ତେ ଆବେଦନ କରିଛନ୍ତି। ରାୟଗଡ଼ା ଭିନ୍ନକ୍ଷମ ମହାସଂଘର ସଭାପତି ଶିଶିର ରାଉଳ ସମ୍ପାଦକ ଅମରେନ୍ଦ୍ର ନାଥ ଏଵଂ ଅନ୍ୟ ସଦସ୍ୟ, କର୍ମକର୍ତ୍ତା ସମୂହ ରାୟଗଡ଼ା ଜିଲ୍ଲା ସମେତ ସମଗ୍ର ରାଜ୍ୟରେ ସାମାଜିକ ସୁରକ୍ଷା ଯୋଜନା ଉପରେ ସରକାରଙ୍କଙ୍କୁ ଅନୁରୋଧ କରିଛନ୍ତି ଗତ ୨ମାସ ଧରି DBT ମାଧ୍ୟମରେ ଭତ୍ତା ପାଉଥିବା ସମସ୍ତ ହିତାଧିକାରୀ ଭତ୍ତା ପଇସା ପାଇବାରୁ ବଞ୍ଚିତ ହୋଇଛନ୍ତି।

ଗତ ମାସ ୨୮/୦୪/୨୦୨୬ ରିଖ ରେ ବିଭାଗୀୟ ୪୫୫୨ SSEPD ଅନୁଯାୟୀ NSAPର ଭତ୍ତା ନ ଆସିବା ନେଇ ସମସ୍ତ ହିତାଧିକାରୀ ଙ୍କୁ ସୂଚନା ଆସନ୍ତା ମାସରେ ୨ ମାସର ଭତ୍ତା ଟଙ୍କା ଏକ ସାଥିରେ ଆସିବ ବୋଲି ମଧ୍ୟ ବିଭାଗ ପକ୍ଷରୁ କୁହାଯାଇଥିଲା। ଦୁର୍ଭାଗ୍ୟ ବଶତଃ ପ୍ରାୟ ୨ମାସ ହେବ ହିତାଧିକାରୀ ଙ୍କୁ ଭତ୍ତା ପଇସା ମିଳିନି। ଆର୍ଥିକ ଅନଟନ ସାଙ୍ଗକୁ ନାନା ଅସୁବିଧାର ର ସମ୍ମୁଖୀନ ହେଉଛନ୍ତି। କାରଣ, ଓଡ଼ିଶାର ଅନେକ ଭତ୍ତା ହିତାଧିକାରୀ ଭତ୍ତା ଦ୍ଵାରା ହିଁ ତାଙ୍କ ପରିବାରର ଆର୍ଥିକ କାରବାର କରନ୍ତି। ଅତିଶିଘ୍ର ଏହାର ସମାଧାନ ନିମନ୍ତେ ଜିଲ୍ଲା ପ୍ରଶାସନ ଓ ସରକାର ଚିନ୍ତା କରିବା ଦରକାର ବୋଲି ସମ୍ପାଦକ ଅମରେନ୍ଦ୍ର ନାଥ ଏବଂ ଶିଶିର ରାଉଳ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *

error: Content is protected !!
Powered by Joinchat