ରଥଖଳାରେ ଦୁଃଖଦ ଘଟଣା।

ପୁରୀ (ଜିତେନ୍ଦ୍ର କୁମାର ସାବୁତ): ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ ଚାଲିଥିବା ସମୟରେ ରଥଖଳାରେ ଖେଳିଯାଇଛି ଶୋକର ଛାୟା। ରଥ ନିର୍ମାଣ କାର୍ଯ୍ୟରେ ସେବାରତ ଥିବା ଜଣେ ବରିଷ୍ଠ ଭୋଇ ସେବକଙ୍କ ହୃଦଘାତରେ ପରଲୋକ ଘଟିଛି। ମୃତ ସେବକଜଣକ ହେଉଛନ୍ତି ତାଳଧ୍ୱଜ ରଥ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଥିବା ଧୋବା ଭୋଇ।

ମିଳିଥିବା ସୂଚନା ମୁତାବକ, ଆଜି ଅର୍ଥାତ୍ ମଙ୍ଗଳବାର ସକାଳୁ ରଥ ନିର୍ମାଣ କାର୍ଯ୍ୟ କରୁଥିବା ସମୟରେ ହଠାତ୍ ସେ ଛାତିରେ ପ୍ରବଳ ଯନ୍ତ୍ରଣା ଅନୁଭବ କରିଥିଲେ। ସଙ୍ଗେ ସଙ୍ଗେ ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା।​ତେବେ ସ୍ୱାସ୍ଥ୍ୟବସ୍ଥା ଅଧିକ ବିଗିଡ଼ିବାରୁ ତାଙ୍କୁ ତୁରନ୍ତ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।

ମହାପ୍ରଭୁଙ୍କ ଘୋଷଯାତ୍ରା ପାଇଁ ରଥ ନିର୍ମାଣ ଚାଲିଥିବା ବେଳେ, ଏଭଳି ଜଣେ ନିଷ୍ଠାପର ଗଜପତି ସେବକଙ୍କ ଅକାଳ ବିୟୋଗ ସମଗ୍ର ରଥଖଳା ତଥା ସେବକ ସମାଜକୁ ସ୍ତବ୍ଧ କରିଦେଇଛି।””ଶ୍ରୀମନ୍ଦିର ପ୍ରଶାସନ ଏବଂ ସହଯୋଗୀ ସେବକମାନେ ଏହି ଦୁଃଖଦ ଖବର ପାଇ ଗଭୀର ଶୋକ ପ୍ରକାଶ କରିଛନ୍ତି। ମହାପ୍ରଭୁଙ୍କ ଚରଣରେ ସେବକ ଧୋବା ଭୋଇଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଉଛୁ।

Leave a Reply

Your email address will not be published. Required fields are marked *

error: Content is protected !!
Powered by Joinchat