କାଜୁ ଜଙ୍ଗଲରୁ ଯୁବକଙ୍କ ମୃତ ଦେହ ଉଦ୍ଧାର

ଗଞ୍ଜାମ/ବୁଗୁଡ଼ା (ସୋରେନ କୁମାର ପ୍ରଧାନ):ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଥାନା ଅନ୍ତର୍ଗତ ମୋଟାବାଡି ଗୋପୀନାଥ ବିଦ୍ୟାପୀଠ ନିକଟସ୍ଥ କାଜୁ ଜଙ୍ଗଲରେ ଝୁଲି ରହିଛି ଏକ ଅଜଣା ବ୍ୟକ୍ତିର ମୃତ ଦେହ।ମୃତକଙ୍କ ପରିଚୟ ଏଯାଏଁ ମିଳି ପାରିନଥିବା ବେଳେ ତାଙ୍କ ବୟସ ୩୦ରୁ ୩୫ ବର୍ଷ ବୋଲି ଅନୁମାନ କରାଯାଉଛି ।କିଛି ଲୋକ କାଜୁ ଗଛରେ ଝୁଲୁଥିବା ମୃତଦେହ ଦେଖି ପୋଲିସ କୁ ଖବର ଦେଇଥିଲେ।ଘଟଣା ସ୍ଥଳରେ ବୁଗୁଡ଼ା ପୁଲିସ ପହଞ୍ଚି ମୁତକଙ୍କ ପ୍ୟାଣ୍ଟ ପକେଟ ରୁ ଏକ ମୋବାଇଲ ଫୋନ ଜବତ କରି ଅନୁସନ୍ଧାନ କରୁଥିବା ଦେଖିବାକୁ ମିଳିଛି।ସାଇଣ୍ଟିଫିକ ଟିମର ତଦନ୍ତ ପରେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯିବ।ବ୍ୟବଚ୍ଛେଦ ରିପୋର୍ଟ ଆସିବାପରେ ଏହା ହତ୍ୟା ନା ଆତ୍ମହତ୍ୟା ଜଣାପଡିବ ବୋଲି ବୁଗୁଡ଼ା ଥାନା ଅଧିକାରୀ ସୀତାଂଶୁ ଶେଖର ମାନ୍ଧାତା ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *

error: Content is protected !!
Powered by Joinchat