ବୁଗୁଡ଼ା ବଡ଼ଦାଣ୍ଡରେ ରଥ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ

ଗଞ୍ଜାମ/ବୁଗୁଡ଼ା (ସୋରେନ କୁମାର ପ୍ରଧାନ):ଆସନ୍ତା ୧୬ ତାରିଖ ଗୁରୁବାର ଦିନ ଅନୁଷ୍ଠିତ ହେବାକୁ ଥିବା ବିଶ୍ୱପ୍ରସିଦ୍ଧ ପବିତ୍ର ରଥଯାତ୍ରା ପାଇଁ ସ୍ଥାନୀୟ ବୁଗୁଡ଼ା ବଡ଼ଦାଣ୍ଡ ସ୍ଥିତ ରଥଖଳାରେ ନିର୍ମାଣ କାର୍ଯ୍ୟ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ମହାପ୍ରଭୁଙ୍କ ଘୋଷଯାତ୍ରାକୁ ଆଉ ମାତ୍ର କେଇଟା ଦିନ ବାକି ଥିବାରୁ ଅତି ଦ୍ରୁତଗତିରେ ଓ ଜୋରସୋରରେ ଏହି ରଥ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି। ବର୍ତ୍ତମାନ ସୁଦ୍ଧା ୪୫ ଫୁଟ ଉଚ୍ଚତା ବିଶିଷ୍ଟ ଏହି ଭବ୍ୟ ରଥର ପ୍ରମୁଖ ଅଂଶ ଯଥା ଚକ-ଅଖ ଯୋଗ, ବ୍ରାନ୍ଦୀ, ମୁହାଣ୍ଡି, ନାହାକ କୁମ୍ଭ ଏବଂ ଚାରିପୁର ଛନ୍ଦ କାମ ସମ୍ପୂର୍ଣ୍ଣ ହୋଇସାରିଛି।

ଏହା ସହିତ ଅଁଳାଶ୍ରୀ, କଳସ ଉଠାଣ ଓ ଶୁଆ ବନ୍ଧା ଭଳି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ମଧ୍ୟ ଶେଷ ହୋଇଛି। ଏବେ କେବଳ ରଥର ବେଦୀଘର କାମ କରିବାକୁ ଅଛି।ସ୍ଥାନୀୟ ବଳଦେବ ସ୍ୱାମୀ ମନ୍ଦିର ପରିଚାଳନା କମିଟିର ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ଓ ସହଯୋଗରେ ଏହି ସମସ୍ତ ନିର୍ମାଣ କାର୍ଯ୍ୟ ଅତି ଶୃଙ୍ଖଳିତ ଭାବେ ଆଗେଇ ଚାଲିଛି। ରଥଯାତ୍ରାକୁ ଆଉ ମାତ୍ର କେଇଟା ଦିନ ବାକି ଥିବାରୁ ସ୍ଥାନୀୟ ଅଞ୍ଚଳରେ ଏବେଠାରୁ ଆଧ୍ୟାତ୍ମିକ ପରିବେଶ ସହ ଭକ୍ତଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ପ୍ରକାଶ ପାଇଲାଣି।

Leave a Reply

Your email address will not be published. Required fields are marked *

Powered by Joinchat