ଯୁବମୋର୍ଚ୍ଚା ପକ୍ଷରୁ କାର୍ଗିଲ ବିଜୟ ଦିବସ ପାଳିତ

ଗଞ୍ଜାମ/ବୁଗୁଡ଼ା (ସୋରେନ କୁମାର ପ୍ରଧାନ):କାର୍ଗିଲ ବିଜୟ ଦିବସ ଅବସରରେ ବୁଗୁଡ଼ା ସ୍ଥିତ ‘ଶହୀଦ ବୀର ଓଡ଼ିଆ ଯବାନ ମେମୋରିଆଲ’ ପରିସରରେ ଯୁବମୋର୍ଚ୍ଚା ପକ୍ଷରୁ ଏକ ଶ୍ରଦ୍ଧାଞ୍ଜଳି ସଭା ଓ ମହମବତୀ ପ୍ରଜ୍ଜ୍ୱଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମାତୃଭୂମିର ସୁରକ୍ଷା, ସାର୍ବଭୌମତ୍ୱ ଓ ସୀମା ରକ୍ଷା ପାଇଁ ନିଜର ଅମୂଲ୍ୟ ଜୀବନ ବଳିଦାନ ଦେଇଥିବା ଅମର ବୀର ଶହୀଦମାନଙ୍କ ସ୍ମୃତିଚାରଣ କରାଯାଇ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଯୁବମୋର୍ଚ୍ଚା ସଭାପତି କୃଷ୍ଣଚନ୍ଦ୍ର ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ଶହୀଦ ମେମୋରିଆଲଠାରେ ମାଲ୍ୟାର୍ପଣ କରିବା ସହ ମହମବତୀ ଜାଳି ଶହୀଦମାନଙ୍କ ବୀରତ୍ୱ ଓ ଦେଶପ୍ରେମକୁ ସ୍ମରଣ କରିଥିଲେ। ଦେଶର ସୁରକ୍ଷା ପାଇଁ ଯବାନମାନଙ୍କ ଅତୁଳନୀୟ ତ୍ୟାଗ ଓ ବଳିଦାନ ଚିରକାଳ ପ୍ରତ୍ୟେକ ଭାରତୀୟଙ୍କୁ ପ୍ରେରଣା ଯୋଗାଇବ ବୋଲି ସଭାପତି ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ।ଏହି ଅବସରରେ ଯୁବମୋର୍ଚ୍ଚାର ବହୁ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି ଶହୀଦମାନଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରିଥିଲେ।

Leave a Reply

Your email address will not be published. Required fields are marked *

Powered by Joinchat