୧୦ କୋଟି ନିଶା ମୁକ୍ତି ପ୍ରତିଜ୍ଞା ମହା ଅଭିଯାନର ଶୁଭ ଉଦଘାଟନ।

ରାୟଗଡା (ଗୋପୀନାଥ ଗୌଡ଼): ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ବ ବିଦ୍ୟାଳୟ, ରାୟଗଡା, ସେବା କେନ୍ଦ୍ର ଆନୁକୂଲ୍ୟରେ ଜିଲ୍ଲା ସ୍ତରୀୟ ୧୦ କୋଟି ନିଶା ମୁକ୍ତି ପ୍ରତିଜ୍ଞା ମହା ଅଭିଯାନର ଶୁଭ ଉଦଘାଟନ ଆଜି ସକାଳ, ୯.୩୦ ସମୟରେ ସ୍ଥାନୀୟ ସେବା କେନ୍ଦ୍ରର ଯୋଗ କକ୍ଷରେ ଅନୁଷ୍ଠିତ ହୋଇଥିଲା.ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀ ସତ୍ୟ କୁମାର ନନ୍ଦ, ଅତିରିକ୍ତ ଆରକ୍ଷୀ ଓ ସଂମାନୀୟ ଅତିଥି ରୂପେ ଶ୍ରୀ ପ୍ରଶାନ୍ତ ମିଶ୍ର, ମୁଖ୍ୟ ଜିଲ୍ଲା ମେଡିକାଲ ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ, ଶ୍ରୀ ଅନିଲ କୁମାର ପତ୍ର, ଅଧ୍ୟକ୍ଷ, UGMIT, ରାୟଗଡା, ଶ୍ରୀ ସଞ୍ଜୟ କୁମାର ରାଉତ, Second କମାଣ୍ଡାଣ୍ଟ, CRPF ୪BN , ରାୟଗଡା,ଶ୍ରୀମତୀ ଅସୀମା ରାଓ, ଜିଲ୍ଲା ମଙ୍ଗଳ ଅଧିକାରୀ, ଶ୍ରୀମତୀ ସରସ୍ବତୀ ରାୟ, ଅଧ୍ୟକ୍ଷା, ରାୟଗଡା ସ୍ୱୟଂ ଚାଳିତ କଲେଜ, ଡ. ଶ୍ୟାମା ମହାପାତ୍ର, ଅଧ୍ୟକ୍ଷା, ମଡର୍ନ ଡିଗ୍ରୀ କଲେଜ ରାୟଗଡା. ଏହି ସଭାକୁ ସଭାପତିତ୍ୱ କରିଥିଲେ।

ବ୍ରହ୍ମାକୁମାରୀ ଶ୍ରୀମତୀ ଦିଦି…ପ୍ରଥମେ ସମସ୍ତ ଅତିଥି ମାନଙ୍କ ଦ୍ୱାରା ଦୀପ ପ୍ରଜ୍ବଳନ ହୋଇଥିଲା, ତାପରେ ଅଭିଯାନ ର ବ୍ୟାନର ଓ ପ୍ରତିଜ୍ଞା ପତ୍ରର ମଧ୍ୟ ଉନ୍ମୋଚନ ହୋଇଥିଲା.ଏବଂ ସମସ୍ତ ମଂଚାସୀନ ଅତିଥି ଓ ଆମନ୍ତିତ ସମସ୍ତ ଅତିଥି ଦ୍ୱାରା ପ୍ରତିଜ୍ଞା ପାଠ କରାଯାଇଥିଲା।ସମସ୍ତ ଅତିଥି ବୃନ୍ଦ ଏହିଭଳି ଏକ ମହତ ଅଭିଯାନ କୁ ସ୍ୱାଗତ କରି ସାଧୁବାଦ ଜଣାଇଥିଲେ. ଆମର ଶିକ୍ଷାଗତ ପ୍ରଣାଳୀ, ଯୁବ ସମାଜ ତଥା ସାମାଜିକ କ୍ଷେତ୍ରରେ ଆଧ୍ୟାତ୍ମିକ ଶିକ୍ଷାର ପ୍ରଚଳନ, ନୈତିକ ଶିକ୍ଷା ଏବଂ ସଠିକ ସଚେତନା ଦ୍ୱାରା ଏକ ସୁସ୍ଥ ତଥା ନିଶାମୁକ୍ତ ସମାଜ ନିର୍ମାଣ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ.

Leave a Reply

Your email address will not be published. Required fields are marked *

Powered by Joinchat