ତାଳଚେର (ଶ୍ରୀକ୍ଷେତ୍ର ନ୍ୟୁଜ଼ ବ୍ୟୁରୋ): ତା୦୮/୦୮/୨୦୨୬ ରିଖ ତାଳଚେର ଥର୍ମାଲ ଡ଼ିଏଭି ପବ୍ଲିକ ସ୍କୁଲରେ ଭାରତ ଛାଡ଼ ଆନ୍ଦୋଳନ ଦିବସ ପାଳିତ ହୋଇଯାଇଛି।ଏହି ଅବସରରେ ବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ବିନୋଦିନି ଦାଶଙ୍କ ପ୍ରତ୍ଯେକ୍ଷ ତତ୍ତ୍ବାବଧାନରେ ବିଦ୍ୟାଳୟ ପ୍ରାଙ୍ଗଣରେ ଉକ୍ତ ଦିବସ ପାଳିତ ହୋଇଯାଇଛି।ଏହି ଉପଲକ୍ଷେ ବିଦ୍ୟାଳୟର ଦଶମ ଶ୍ରେଣୀର ଛାତ୍ରୀ ସୁଶ୍ରୀ ଏସ୍.ଏମ ଋତୁପର୍ଣ୍ଣନା ଶପଥ ପାଠ କରାଇବା ସହିତ ଦଶମ ଶ୍ରେଣୀର ଛାତ୍ର ଛାତ୍ରୀମାନେ ସାମୂହିକ ସଙ୍ଗୀତ ପରିବେଷଣ କରିଥିଲେ।
ଏହି କାର୍ଯ୍ୟକ୍ରମରେ ଦଶମ ଶ୍ରେଣୀର ଛାତ୍ରୀ ସୁସୁମିତା ପାତ୍ର ଅଭିଭାଷଣ ଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ଅଧ୍ୟକ୍ଷା ମହୋଦୟା ଉଚ୍ଚ ପ୍ରସଂଶା କରିବା ସହିତ ତାଙ୍କର ଅଭିଭାଷଣରେ ଉକ୍ତ ଦିବସର ମହତ୍ତ୍ଵ,ଶୃଙ୍ଖଳା ଓ ଉତ୍ତମ ଭାରତ ଗଠନ ଉପରେ ଗୁରୁତ୍ତ୍ଵଆରୋପ କରିଥିଲେ ।ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସାମାଜିକ ବିଜ୍ଞାନ ବିଭାଗର ହେରିଟେଜ୍ କ୍ଲବର ଶିକ୍ଷକ ଶିକ୍ଷୟିତ୍ରୀ ତଥା ହଂସରାଜ ସଦନର ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ |
