କଂଗ୍ରେସର ତାଳଚେର ବନ୍ଦ ଡ଼ାକରା

ତାଳଚେର,(ଅଜିତ କୁମାର ଭୋଇ): ପ୍ରଦ୍ୟୁଷଣ ମାତ୍ରାଧିକକୁ ରୋକିବା ଓ ୫ଜଣଙ୍କୁ ଗିରଫଦାବିରେ ଜିଲ୍ଳା କଂଗ୍ରେସ ପକ୍ଷରୁ ୧୨ଘଂଟିଆ ପୂର୍ବରୁ ଦିଆଯାଇଥିଲା । ତଦ୍ ଅନୁଯାୟୀ ସକାଳୁ ୬ଘଟିକା ଠାରୁ ସନ୍ଧ୍ୟା ୫ଘଟିକା ପର୍ଯ୍ୟନ୍ତ ବନ୍ଦ କରାଯିବା ସହ ପିକେଟିଙ୍ଗ କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ତାଳଚେର ଅଂଚଳରେ ଥିବା କୋଇଲା ଖଣି କାର୍ଯ୍ୟାଳୟ ଗୁଡ଼ିକ ବନ୍ଦ କରାଯାଇଥିବା ବେଳେ ଖଣି ଗୁଡ଼ିକ ଆଂଶିକ ବନ୍ଦ ହୋଇଥିବା ବେଳେ କୋଇଲା ପରିବହନ କିଛିକାଂଶରେ ଚାଲିଥିବା ଦେଖିବାକୁ ମିଳିଥିଲା । କଂଗ୍ରେସର ଏହି ବନ୍ଦ ଡ଼ାକରାରେ ତାଳଚେର ଅଂଚଳର ଦୋକାନ ବଜାର, ସ୍କୁଲ, କଲେଜ, କୋର୍ଟ, କଚେରୀ, ସରକାରୀ, ବେସରକାରୀ, ଅନୁଷ୍ଠାନ, ପ୍ରତିଷ୍ଠାନ ବନ୍ଦ ହୋଇନଥିବା ଦେଖାଯାଇଥିଲା ।

ମାତ୍ର କିଛି ସମୟ ପାଇଁ ବ୍ଲକ କାର୍ଯ୍ୟାଳୟ, ବ୍ୟାଙ୍କ, ଉପଜିଲ୍ଳାପାଳ କାର୍ଯ୍ୟାଳୟ ବନ୍ଦ ହୋଇ ପରବର୍ତି ସମୟରେ ଖୋଲା ଯାଇଥିଲା । ତେବେ ପୂର୍ବରୁ ତାଳଚେର ଉପଖଣ୍ଡ କଣିହାଁ ବ୍ଲକର ଝିଅ ସୁଭଦ୍ରା ପାଦିଲଙ୍କୁ ତାଳଚେରରୋପ ଷ୍ଟେସନ ପାଖରେ ବିଲମାଳ ଭିତରେ ଦୁର୍ଷ୍କକ କରାଯାଇ ତାକୁ ଅର୍ଦ୍ଧଦଗ୍ଧ ପୋଡ଼ି ମାରିଦେଇଥିବା ସେହି ସମୟରେ କଂଗ୍ରେସ୍ ପକ୍ଷରୁ ବନ୍ଦ ଡ଼ାକରା ଦିଆଯାଇଥିଲା । ମାତ୍ର ବିଧାନସଭା ଚାଲୁଥିବା ହେତୁ ଆଳ ଦେଖାଇ ଏହି ଆନ୍ଦୋଳନକୁ ପ୍ରତ୍ୟାହାର କରି ନେଇଥିବା ଏକ ପ୍ରମୁଖ କାରଣ ସାଜିଥିବା ବେଳେ ଜିଲ୍ଳା କଂଗ୍ରେସ୍ ପକ୍ଷରୁ ଆନ୍ଦୋଳନ ପାଇଁ ପ୍ରୋପଗଣ୍ଡା କରାଯାଇନଥିବାରୁ ଆଜିର ଆନ୍ଦୋଳନ ଫିକା ପଡ଼ିଛି ବୋଲି ତାଳଚେର ଅଂଚଳରେ ଚର୍ଚ୍ଚା ଯୋର ଧରିଛି ।

ଏହି ବନ୍ଦ ଡ଼ାକରାରେ ଦାସରଥି ସାହୁ, ବିମ୍ବାରଧର ବେହେରା, ମହିଳା ସଭାେନେତ୍ରୀ ସବିତା ଧିର, ଦିଗାମ୍ବର ଗଡ଼ନାୟକ, ସଂଗ୍ରାମ କୁଅଁର, ଦିଲ୍ଳୀପ ମହାପାତ୍ର, ଦୁର୍ଗା ଶତପଥୀ, କେଶବ ଭୂତିଆ, ବଂଶୀନାୟକ, ନର୍ମଦା ନାଏକ, ବିଜୟ ନାୟକ, ବଜରଙ୍ଗ ଅଗ୍ରୱାଲ, ପ୍ରଦୀପ ମହାରଣା ଓ କଣିହାଁ ବ୍ଲକର ୮ଟି ପଂଚାୟର କର୍ମୀଙ୍କ ଉପସ୍ଥିତିରେ ବନ୍ଦଡ଼ାକରା ହୋଇଥିଲା ।

Leave a Reply

Your email address will not be published. Required fields are marked *

Powered by Joinchat