ଜିଲ୍ଲାପାଳଙ୍କ ଦ୍ୱାରା ସୋଲାର ରଥର ଶୁଭାରମ୍ଭ

ଅନୁଗୋଳ (ଅଜିତ କୁମାର ଭୋଇ) : ଓଡ଼ିଶା ସରକାର ଏବଂ ଟାଟା ପାୱାରର ମିଳିତ ଆନୁକୂଲ୍ୟରେ ଟିପିସିଓଡିଏଲ୍ ପକ୍ଷରୁ ‘ପିଏମ୍ ସୂର୍ଯ୍ୟ ଘର: ମାଗଣା ବିଜୁଳି ଯୋଜନା’ ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବା ଏବଂ ସୌରଛାତ (ରୁଫଟପ୍ ସୋଲାର) ଶକ୍ତିର ବ୍ୟବହାରକୁ ପ୍ରୋତ୍ସାହିତ କରିବା ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଏକ “ସୋଲାର ରଥ”ର ଶୁଭାରମ୍ଭ କରାଯାଇଛି। ଏହି ସୋଲାର ରଥକୁ ଅନୁଗୋଳ ଜିଲ୍ଲାପାଳ ଶ୍ରୀ ଅବ୍‌ଦାଲ୍ ମୁହମ୍ମଦ୍ ଅଖ୍‌ତର ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।

ଏହି ପଦକ୍ଷେପ ଦ୍ୱାରା ଅକ୍ଷୟ ଶକ୍ତିର ବିକାଶ ଏବଂ ସ୍ଥାୟୀ ପ୍ରଗତିକୁ ପ୍ରୋତ୍ସାହିତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ସେ କହିଛନ୍ତି। ଏହି ପ୍ରଚାର ଗାଡ଼ିଟି ଜିଲ୍ଲାର ବିଭିନ୍ନ ଆଦର୍ଶ ସୌର ଗ୍ରାମ (ମୋଡେଲ୍ ସୋଲାର ଭିଲେଜ୍) ଏବଂ ଅନ୍ୟାନ୍ୟ ଗ୍ରାମଗୁଡ଼ିକ ପରିକ୍ରମା କରିବ। ଏହା ମାଧ୍ୟମରେ ଗ୍ରାହକମାନଙ୍କୁ ସୌର ଶକ୍ତିର ଲାଭ, ଘରୋଇ ରୁଫଟପ୍ ସୋଲାର ସିଷ୍ଟମ୍, ସରକାରୀ ସବସିଡି ଏବଂ ଏହାର ସ୍ଥାପନ ପ୍ରକ୍ରିୟା ବିଷୟରେ ସଚେତନ କରାଯିବ। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *

Powered by Joinchat