ପ୍ରଶାସନ ରୋକିଲା ବାଲ୍ୟ ବିବାହ

ଅନୁଗୁଳ/ତାଳଚେର(ଅଜିତ କୁମାର ଭୋଇ): ତାଳଚେର ବ୍ଲକ କୋଲିୟରୀ ଥାନା ଅନ୍ତର୍ଗତ ଘଂଟପଡ଼ା ଗ୍ରାମ ବରସାହିର ବିଟି ସାହୁଙ୍କ ଝିଅ ସନ୍ତୋଷୀ ସାହୁଙ୍କର ବାଲ୍ୟ ବିବାହ ହେଉଥିବା ବେଳେ ଭାରପ୍ରାପ୍ତ ସିଡ଼ିପିଓ ଜୟନ୍ତୀ ସାମଲ ଏହି ଖବର ପାଇ ଘଟଣା ସ୍ଥଳରେ ପଂହଚିଥିଲେ । ସେଠାରେ ପଂହଚି ଝିଅ ବୟସ ୧୮ବର୍ଷରୁ କମ ହୋଇଥିବାରୁ ବାହାଘରକୁ ସ୍ଥଗିତ ରଖିବାକୁ ଉଭୟ ପରିବାରଙ୍କୁ ବୁଝାସୁଝା କରିଥିଲେ ।

ମଣ୍ଡଳ ପରିଦର୍ଶିତା ସବିତା ପ୍ରଧାନ, କୋଳିୟରୀ ଥାନା ଏସଆଇ ସଞ୍ଜିବ ଜାଲ, ସରପଂଚ ସୁସ୍ମିତା ବିଶ୍ୱାଳ, ଅଙ୍ଗନବାଡ଼ି କର୍ମୀ ସୁସ୍ମୁତା ସାହୁ, ଜ୍ୟୋତ୍ସାମୟୀ ବିଶ୍ୱାଳ, କଳ୍ପନା ଭଞ୍ଜ, ୱାର୍ଡ଼ମେମ୍ବର ଶୈଳେନ୍ଦ୍ରୀ ସାହୁଙ୍କ ଉପସ୍ଥିତିରେ ଏହି ବାଲ୍ୟ ବାହାଘରକୁ ବୁଝାସୁଝା କରି ବନ୍ଦ କରିବା ସହ ଉଭୟ ପରିବାର ପକ୍ଷରୁ ସମସ୍ତଙ୍କ ଉପସ୍ଥିତିରେ ଝିଅକୁ ୧୮ବର୍ଷ ନହେବା ପର୍ଯ୍ୟନ୍ତ ବିଭାଘର ହେବ ନାହିଁ ବୋଲି ସହମତି ପ୍ରକାଶ ପାଇବାପରେ ବାହାଘର ବନ୍ଦ କରାଯାଇଥିଲା ବୋଲି ସରପଂଚ ସସ୍ମିତା ବିଶ୍ୱାଳ ଏହା ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *

Powered by Joinchat