ପଶୁ ସମ୍ପଦ ବିକାଶ ବିଭାଗ ପକ୍ଷରୁ ଗୋ ବନ୍ଧ୍ୟା ନିରାକରଣ ଚିକିତ୍ସା ଶିବିର

ବୁଗୁଡ଼ା/ଗଞ୍ଜାମ (ସୋରେନ କୁମାର ପ୍ରଧାନ): ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ କରସିଙ୍ଗି ପଞ୍ଚାୟତ ରେ ପ୍ରାଣୀ ସମ୍ପଦ ବିକାଶ ବିଭାଗ ପକ୍ଷରୁ ଗୋ ବନ୍ଧ୍ୟା ନିରାକରଣ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ ବ୍ଲକ ଭେଟନାରୀ ଅଫିସର ଶୁଭ୍ରାଂଶୁ ଶେଖର ରାଉତ, ଭିଏସ ସାଇସିବ ଶତପଥି,କରଚୁଲି ଏଲ ଆଇ ସନ୍ତୋଷ କୁମାର ପାତ୍ର ଉପସ୍ଥିତ ରହି ଗାଈମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ବନ୍ଧ୍ୟା ସମସ୍ୟାର କାରଣ ଚିହ୍ନଟ କରି ଆବଶ୍ୟକ ଚିକିତ୍ସା ଓ ପରାମର୍ଶ ପ୍ରଦାନ କରିଥିଲେ।ଏହି ଅବସରରେ ଗୋପାଳକମାନଙ୍କୁ ଉନ୍ନତ ପଶୁପାଳନ, ସନ୍ତୁଳିତ ଖାଦ୍ୟ ପ୍ରଦାନ, ଟିକାକରଣ ଏବଂ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା ସମ୍ପର୍କରେ ସଚେତନ କରାଯାଇଥିଲା। ଶିବିରରେ ବହୁ ସଂଖ୍ୟକ ଚାଷୀ ଓ ଗୋପାଳକ ଯୋଗଦେଇ ନିଜ ଗାଈମାନଙ୍କର ଚିକିତ୍ସା କରାଇଥିଲେ।ବିଶେଷଜ୍ଞମାନଙ୍କ ମତରେ ଏପରି ଶିବିର ଦ୍ୱାରା ଗାଈମାନଙ୍କର ପ୍ରଜନନ କ୍ଷମତା ବୃଦ୍ଧି ପାଇବା ସହ ଦୁଗ୍ଧ ଉତ୍ପାଦନ ବୃଦ୍ଧି ଓ ପଶୁପାଳକଙ୍କ ଆର୍ଥିକ ଉନ୍ନତିରେ ସହାୟକ ହେବ।

Leave a Reply

Your email address will not be published. Required fields are marked *

Powered by Joinchat