ପରିବେଶ ସଚେତନତା ସମ୍ପର୍କିତ ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମ

ଅନୁଗୁଳ (ଅଜିତ କୁମାର ଭୋଇ): ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅନୁଗୋଳ ଶାଖା ତରଫରୁ ପରିବେଶ ସଚେତନତା ସମ୍ପର୍କିତ ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମ ଅବସରରେ ଆୟୋଜିତ ସାଇକେଲ ରାଲି କୁ ପତାକା ଦେଖାଇ ଉଦଘାଟନ କରିଥିଲେ। ଏହି ସାଇକେଲ ରାଲିରେ ବିଭିନ୍ନ ବିଦ୍ୟାଳୟ ର ଛାତ୍ରଛାତ୍ରୀ ଅଂଶଗ୍ରହଣ କରି ପରିବେଶଧର୍ମୀ ପ୍ଲାକାର୍ଡ ପ୍ରଦର୍ଶନ ଏବଂ ଡାକବାଜି ଯନ୍ତ୍ର ରେ ପରିବେଶ ସୁରକ୍ଷା ସମ୍ଵନ୍ଧୀୟ ସ୍ଲୋଗାନ୍ ଦେବା ସହିତ ଆବଶ୍ୟକ ନଥିଲେ ପଲିଥିନ୍ ବ୍ୟବହାର ରୁ ଦୂରରେ ରହିବା, ଏକକ ପ୍ଲାଷ୍ଟିକ ବର୍ଜନ କରିବା ସହିତ ପରିବେଶ କୁ ସ୍ଵଚ୍ଛ ରଖିବାକୁ ପରାମର୍ଶ ଦିଆଯାଇଥିଲା।

ଏହି କାର୍ଯ୍ୟକ୍ରମରେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅନୁଗୋଳ ଶାଖାର ଆଞ୍ଚଳିକ ଅଧିକାରୀ ଇଂ ରମେଶ ଚନ୍ଦ୍ର ଏକ୍କା, ଅନୁଗୋଳ ଜିଲ୍ଲା ବିଜ୍ଞାନ ପରିଚାଳକ ଶ୍ରୀ ଅମ୍ବୁଜ ଗଡନାୟକ, ପ୍ରକୃତି ପରିବେଶ ଓ ବନ୍ୟଜୀବ ସମିତି ସମ୍ପାଦକ ଶ୍ରୀ ପ୍ରସନ୍ନ କୁମାର ବେହେରା, ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ର ସୌମ୍ୟରଞ୍ଜନ କୁଅଁର, ଶ୍ରୀ ପ୍ରଫୁଲ ରାଉଳ ଓ କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *

Powered by Joinchat