ଥର୍ମାଲ ଡ଼ିଏଭି ପବ୍ଲିକ ସ୍କୁଲରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ

ଅନୁଗୁଳ (ଶ୍ରୀକ୍ଷେତ୍ର ନ୍ୟୁଜ଼ ବ୍ୟୁରୋ): ତାଳଚେର ଥର୍ମାଲ ଡ଼ିଏଭି ପବ୍ଲିକ ସ୍କୁଲରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ ବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ବିନୋଦିନି ଦାଶ ଦୀପ ପ୍ରଜ୍ଵଳନ ପୂର୍ବକ ଗାନ୍ଧୀ ଓ ଶାସ୍ତ୍ରୀଙ୍କର ଫଟୋ ଚିତ୍ରରେ ପୁଷ୍ପଅର୍ଘ୍ୟ ଅର୍ପଣ କରିଥିଲେ। ତତ୍ପରସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ପୁଷ୍ପଅର୍ଘ୍ୟ ଦେଇଥିଲେ। ଏହି ସମାରୋହରେ ଅଧ୍ୟକ୍ଷା ତାଙ୍କର ଅଭିଭାଷଣରେ ଗାନ୍ଧୀ ଓ ଶାସ୍ତ୍ରୀଙ୍କର ଜୀବନୀ ଉପରେ ଅଭିଭାଷଣ ଦେବା ସହିତ ତାଙ୍କ ଜୀବନୀରୁ ସାଧୁତା , ସଚ୍ଚୋଟତା ତଥା ସମୟାନୁବର୍ତ୍ତିତା ଶିକ୍ଷା କରିବାକୁ ପରାମର୍ଶ ଦେଇଥିଲେ।

ଏହି କାର୍ଯ୍ୟକ୍ରମର ମୁଖ୍ୟବକ୍ତା ବରିଷ୍ଠ ଇଂରାଜୀ ଶିକ୍ଷକ ଶ୍ରୀଯୁକ୍ତ ଅନିଦ୍ୟଜ୍ୟୋତି ନାୟକ ତାଙ୍କର ବକ୍ତବ୍ୟରେ ଗାନ୍ଧୀଜୀଙ୍କର ଅହିଂସା,ସତ୍ୟ ଓ ଦୃଢତାକୁ ହିମାଳୟ ପର୍ବତ ସହିତ ତୁଳନା କରିଥିଲେ। ତତ୍ପରେ ସଙ୍ଗୀତ ଶିକ୍ଷକ ସୁମନ୍ତ ମହାରଣା,ପ୍ରସନ୍ନଜିତ ପଣ୍ଡା,ଶିକ୍ଷୟତ୍ରୀ ମମିତା ମିଶ୍ର,ଆରତୀ ବଡ଼ଜେନା,ମଞ୍ଜୁଶ୍ରୀ ଆଚାର୍ଯ୍ୟ ଓ ସୁଭଦ୍ରା କର “ରଘୁପତି ରାଘବ ରାଜାରାମ୍” ଗୀତ ଆବୃତ୍ତି କରିଥିଲେ। ଏହି ଅବସରରେ ‘ରନ ଫର ଡ଼ିଏଭି’ମିନି ମାରାଥନ ଆୟୋଜନ କରାଯାଇ କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *

Powered by Joinchat