ଗୁରୁତର ଉଦ୍ଧାର ବାରହା ଚିକିତ୍ସାଧିନ ଅବସ୍ଥାରେ ମୃତ

ଅନୁଗୋଳ (ଅଜିତ କୁମାର ଭୋଇ) : ଅନୁଗୋଳ ଜିଲ୍ଲା ବନ୍ତଳା ବନାଞ୍ଚଳ ଅନ୍ତର୍ଗତ ଖାଲଗାଁ ଗ୍ରାମରେ ଗୁରୁତର ଅବସ୍ଥାରେ ଉଦ୍ଧାର ହୋଇଥିବା ଏକ ବାରହାର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ବାରହାଟି ଗୁରୁତର ଅବସ୍ଥାରେ ଥିବା ଖବର ପାଇବା ପରେ ବନ୍ତଳା ବନ ବିଭାଗ କର୍ମଚାରୀ ପହଂଚି ଏହାକୁ ଉଦ୍ଧାର କରିଥିଲେ । ଉଦ୍ଧାର ବାରହା କୁ କୁଲାସିଙ୍ଗା ନର୍ସରୀ କୁ ନିଆଯାଇ ସେଠାରେ ତାହାର ଚିକିତ୍ସା ଚାଲିଥିବା ସମୟରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।ତେବେ ବାରହାଟି କେଉଁ ପରିସ୍ଥିତିରେ ଗୁରୁତର ହୋଇଥିଲା, ତାହାର ମୃତ୍ୟୁ ପଛରେ କେଉଁ କାରଣ ରହିଛି ଏବଂ ଘଟଣାଟି କିପରି ଘଟିଲା, ସେ ସମ୍ପର୍କରେ ଅଧିକ ତଥ୍ୟ ମିଳିବା ପରେ ଘଟଣାର ସବିଶେଷ ବିବରଣୀ ସ୍ପଷ୍ଟ ହୋଇପାରିବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *

Powered by Joinchat