ବାତ୍ୟା ‘ମୁରାସୁ’ ମୁକାବିଲା ପାଇଁ ବୁଗୁଡ଼ା ବ୍ଲକ୍‌ରେ ପ୍ରସ୍ତୁତି ବୈଠକ

ବୁଗୁଡ଼ା/ଗଞ୍ଜାମ (ସୋରେନ କୁମାର ପ୍ରଧାନ):ସମ୍ଭାବ୍ୟ ବାତ୍ୟା ‘ମୁରାସୁ’ର ମୁକାବିଲା ଏବଂ ଜନସାଧାରଣଙ୍କ ସୁରକ୍ଷାକୁ ନଜରରେ ରଖି ବୁଗୁଡ଼ା ବ୍ଲକ୍ କାର୍ଯ୍ୟାଳୟଠାରେ ଏକ ବ୍ଲକ୍‌ସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।ଭଞ୍ଜନଗରର ଅତିରିକ୍ତ ଉପଜିଲ୍ଲାପାଳ ଶ୍ରୀମତୀ ପ୍ରଧାନ ତୁଲି ଆମାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ବୁଗୁଡ଼ା ବିଡିଓ ଦୁତିକୃଷ୍ଣ ପାତ୍ର, ତହସିଲଦାର ତାପସ ରାଉତ, ଏବିଡିଓ ଧର୍ମରାଜ ପରିଡ଼ାଙ୍କ ସମେତ ବ୍ଲକ୍ ଓ ବିଭିନ୍ନ ବିଭାଗର ସମସ୍ତ ଅଧିକାରୀ ଯୋଗଦେଇଥିଲେ।ବୈଠକରେ ସମ୍ଭାବ୍ୟ ବାତ୍ୟାର ପ୍ରଭାବକୁ ଦୃଷ୍ଟିରେ ରଖି ଆଗୁଆ ପ୍ରସ୍ତୁତି, ବିପଦପୂର୍ଣ୍ଣ ଅଞ୍ଚଳ ଉପରେ ନଜର, ଜନସାଧାରଣଙ୍କ ସୁରକ୍ଷା ଏବଂ ଜରୁରୀକାଳୀନ ପରିସ୍ଥିତିରେ ତ୍ୱରିତ ପଦକ୍ଷେପ ଗ୍ରହଣ ସମ୍ପର୍କରେ ଆଲୋଚନା ହୋଇଥିଲା।

Leave a Reply

Your email address will not be published. Required fields are marked *

Powered by Joinchat