ଦୀପାବଳିକୁ ନେଇ ବୁଗୁଡ଼ା ସହର ଚଳଚଞ୍ଚଳ ; ବାଣ ବଜାରରେ ଗ୍ରାହକଙ୍କ ଭିଡ଼

ବୁଗୁଡ଼ା/ଗଞ୍ଜାମ (ସୋରେନ କୁମାର ପ୍ରଧାନ):ଆଲୋକର ପର୍ବ ଦୀପାବଳିକୁ ନେଇ ବୁଗୁଡ଼ା ସହରରେ ଏବେ ଉତ୍ସବମୁଖର ପରିବେଶ ଦେଖିବାକୁ ମିଳିଛି। ଆସନ୍ତା ୦୮ ତାରିଖ ରବିବାର ଦିନ ଦୀପାବଳି ପାଳନ ହେବାକୁ ଥିବାବେଳେ ସହରର ବାଣ ବଜାରରେ ଗ୍ରାହକଙ୍କ ପ୍ରବଳ ଭିଡ଼ ଜମୁଛି।ଦୀପାବଳି ପର୍ବକୁ ଆନନ୍ଦ ଓ ଉତ୍ସାହର ସହ ପାଳନ କରିବା ପାଇଁ ଲୋକେ ବିଭିନ୍ନ ପ୍ରକାରର ବାଣ ଓ ଆତସବାଜି କିଣିବାରେ ବ୍ୟସ୍ତ ରହିଛନ୍ତି।ବଜାରରେ ଛୋଟ ପିଲାଙ୍କଠାରୁ ଆରମ୍ଭ କରି ବଡ଼ ପିଲାଙ୍କ ପର୍ଯ୍ୟନ୍ତ ସମସ୍ତେ ନିଜ ନିଜ ପସନ୍ଦ ଅନୁସାରେ ବାଣ କିଣୁଥିବା ଦେଖିବାକୁ ମିଳୁଛି। ଫୁଲଝରି, ଚକ୍ରି, ରକେଟ୍ ସମେତ ବିଭିନ୍ନ ପ୍ରକାରର ଆତସବାଜି ବଜାରରେ ଉପଲବ୍ଧ ହେଉଥିବାରୁ ଗ୍ରାହକଙ୍କ ମଧ୍ୟରେ ବେଶ୍ ଉତ୍ସାହ ପ୍ରକାଶ ପାଇଛି।

Leave a Reply

Your email address will not be published. Required fields are marked *

Powered by Joinchat