ବିଜେପି ସାଂସଦ ପ୍ରାର୍ଥୀ ଭର୍ତ୍ତୃହରି ମହତାବଙ୍କ ସପକ୍ଷରେ ପ୍ରଚାର କରିବାପାଇଁ ଆସୁଛନ୍ତି ବିଦେଶ ମନ୍ତ୍ରୀ ।କେନ୍ଦ୍ର ବିଦେଶ ମନ୍ତ୍ରୀ ଏସ୍ ଜୟଶଙ୍କର ଆସନ୍ତା ୫ତାରିଖରେ କଟକରେ ପ୍ରଚାର ମଇଦାନକୁ ଓହ୍ଲାଇବେ । ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଭୋଟ ପାଇଁ ପ୍ରଚାର ମଇଦାନକୁ ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏପର୍ଯ୍ୟନ୍ତ ଓହ୍ଲାଇବାକୁ ସକ୍ଷମ ହୋଇନାହାନ୍ତି।
ସେପଟେ ଉଭୟ ବିଜେପି ଓ କଂଗ୍ରେସର ଶୀର୍ଷ ନେତୃତ୍ୱ ରାଜ୍ୟରେ ଘନ ଘନ ପ୍ରଚାର କରିବା ପରେ ରାଜନୀତିକ ଉଷ୍ମତା ବୃଦ୍ଧି ପାଇବାରେ ଲାଗିଛି। ଓଡ଼ିଶାରେ ପ୍ରଚାର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ୍ ଶାହଙ୍କ ସମେତ ଅନ୍ୟ ଜାତୀୟ ନେତାମାନେ ଆସିବେ ବୋଲି ଶ୍ରୀ ମହତାବ ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦିଙ୍କ ଓଡ଼ିଶା ଗସ୍ତର ଠିକ୍ ଦିନକ ପୂର୍ବରୁ ଜୟଶଙ୍କରଙ୍କ ଓଡ଼ିଶା ଗସ୍ତକୁ ବେଶ ଗୁରୁତ୍ୱ ଦିଆଯାଉଛି। ନିର୍ବାଚନୀ ମାହୋଲ ସରଗରମ ଥିବାବେଳେ କଟକକୁ ବିଦେଶ ମନ୍ତ୍ରୀ ଜୟଶଙ୍କରଙ୍କ ଗସ୍ତ ଭର୍ତ୍ତୃହରିଙ୍କ ସପକ୍ଷରେ ଅଧିକ ଜନମତ ସୃଷ୍ଟି କରିବାରେ ସକ୍ଷମ ହେବ ବୋଲି ଦଳୀୟ ମହଲରେ ଚର୍ଚ୍ଚା ହେଉଛି।