ଭାରତୀୟ ନିର୍ବାଚନରେ ପାକିସ୍ତାନର ଏଣ୍ଟ୍ରି

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗୁଜୁରାଟର ଆନନ୍ଦରେ ଏକ ବିଶାଳ ଜନସଭାକୁ ସମ୍ବୋଧିତ କରିଛନ୍ତି। ଏହି ସଭାରେ ସେ କଂଗ୍ରେସ ଦଳକୁ କଡା ଭାଷାରେ ସମାଲୋଚନର କରିଥିଲେ। ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ସମ୍ବୋଧନରେ କହିଛନ୍ତି ଯେ କଂଗ୍ରେସ ଏଠାରେ ମରୁଛି ଏବଂ ସେଠାରେ ପାକିସ୍ତାନ କାନ୍ଦୁଛି, କଂଗ୍ରେସ ଏବଂ ପାକିସ୍ତାନ ମଧ୍ୟରେ ସହଭାଗିତା ବା ପାର୍ଟନରଶିପ ପ୍ରକାଶ ପାଇଛି।କଂଗ୍ରେସ କା ହାତ ପାକିସ୍ତାନକେ ସାଥ।

ଉଲ୍ଲେଖଯୋଗ୍ୟ ଯେ ଗତକାଲି ପାକିସ୍ତାନରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ କ୍ୟାବିନେଟରେ ଜଣେ ପୂର୍ବତନ ମନ୍ତ୍ରୀ ଚୌଧୁରୀ ଫୱାଦ ହୁସେନ ରାହୁଲ ଗାନ୍ଧିଙ୍କୁ ପ୍ରଶଂସା କରିବାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ରାହୁଲଙ୍କୁ କଟାକ୍ଷ କରିଛନ୍ତି । ପୂର୍ବତନ ପାକିସ୍ତାନ ମନ୍ତ୍ରୀ ଏକ୍ସରେ ଏକ ପୋଷ୍ଟ୍ କରି ରାହୁଲ ବିଜେପି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ୍ କରୁଥିବାର ଭିଡିଓ ଏକ୍ସରେ ସେୟାର କରିଛନ୍ତି।ରାହୁଲ ଅନ୍ ଫାୟାର’ କ୍ୟାପସନ୍ ରଖି ଚୌଧୁରୀ ଫୱାଦ ଏହି ଭିଡିଓ ଟ୍ବିଟ୍ କରିଥିଲେ।

ଦେଶରେ ଦୀର୍ଘ ୬୦ ବର୍ଷ ଧରି କଂଗ୍ରେସ ଶାସନ ଚାଲିଥିଲା। ବର୍ତ୍ତମାନ ଦେଶ ଭାଜପାର ୧୦ବର୍ଷ ସେବା ଅବଧି ମଧ୍ୟ ଦେଖିବାକୁ ମିଳିଛି। କଂଗ୍ରେସର ଲୁଟ ଆଉ ବିଜେପି ବିକାଶ ଦେଶ ଦେଖିସାରିଛିପ୍ରଧାନମନ୍ତ୍ରୀ ମୋଦି ଆହୁରି କହିଛନ୍ତି ଯେ ‘କଂଗ୍ରେସର ୬୦ ବର୍ଷ ଶାସନରେ ଗ୍ରାମାଞ୍ଚଳର ପ୍ରାୟ ୬୦ ପ୍ରତିଶତ ଲୋକଙ୍କର ଶୌଚାଳୟ ନଥିଲା। ୧୦ବର୍ଷ ମଧ୍ୟରେ ଭାଜପା ସରକାର ଶତପ୍ରତିଶତ ଶୌଚାଳୟ ନିର୍ମାଣ କରିଥିଲେ। ୬୦ ବର୍ଷରେ, କଂଗ୍ରେସ ଦେଶର ୩ କୋଟି ଗ୍ରାମୀଣ ଘରକୁ, ଅର୍ଥାତ୍‌ ୨୦ ପ୍ରତିଶତରୁ କମ ଘରକୁ ଟ୍ୟାପ ୱାଟର ସୁବିଧା ଯୋଗାଇବାରେ ସକ୍ଷମ ହୋଇଥିଲା। କେବଳ ୧୦ ବର୍ଷ ମଧ୍ୟରେ, ଟ୍ୟାପ ଜଳ ଯୋଗାଣ ସହିତ ଘର ସଂଖ୍ୟା ୧୪ କୋଟିରେ ପହଞ୍ଚିଛି, ଅର୍ଥାତ୍‌ ୭୫ ପ୍ରତିଶତ ଘରେ ଟ୍ୟାପ ଜଳ ଯୋଗାଣ ଅଛି ।

Leave a Reply

Your email address will not be published. Required fields are marked *

error: Content is protected !!