ଭୁବନେଶ୍ୱର : ଦଳୀୟ ପ୍ରଚାରରୁ ଓଡିଶାପ୍ରସିଦ୍ଧ ମା ଚର୍ଚ୍ଚିକାଙ୍କୁ ବି ବାଦପଡିଲେନି। ମାଆ ଚର୍ଚ୍ଚିକାଙ୍କୁ ଲାଗି ହୋଇଛି ବିଜେଡିର ଦଳୀୟ ଶଙ୍ଖ ଚିହ୍ନର ଶାଢ଼ୀ। ଏଭଳି କଛି ଘଟଣା ଘଟିଛି କଟକ ଜିଲ୍ଲା ବାଙ୍କୀର ଅଧିଷ୍ଠାତ୍ରୀ ଦେବୀ ମା ଚର୍ଚ୍ଚିକାଙ୍କ ମନ୍ଦିରରେ। ଆଜି ମାଆଙ୍କ ପାଖରେ ଶଙ୍ଖ ଚିହ୍ନ ଥିବା ବିଜେଡିର ଶାଢ଼ୀକୁ ଲାଗି କରାଯାଇଛି। ସକାଳୁ ସ୍ନାନ ପରେ ମାଆଙ୍କୁ ନୂତନ ଶାଢ଼ୀ ପିନ୍ଧାଇବା ପରମ୍ପରା ରହିଛି।ସୁଚିନ୍ତିତ ଭାବରେ ନାଲୀ ରଙ୍ଗର ଶାଢ଼ୀ ମାଆଙ୍କୁ ପିନ୍ଧା ଯିବା ପରେ ବିଗ୍ରହ ପଛ ପଟେ ଦଳୀୟ ଚି଼ହ୍ନ ଶାଢ଼ୀକୁ ଲାଗି କରାଯାଇଛି।ଠିକ ମାଆଙ୍କ ବିଗ୍ରହର ପଛ ପଟେ ଶଙ୍ଖ ଚିହ୍ନ ଚିତ୍ରିତ ହୋଇଥିବା ଶାଢ଼ୀ ଘୋଡ଼ାଇ ହୋଇ ରହିଛି। ଆଜି ବାଙ୍କି ବିଜେଡି ପ୍ରାର୍ଥୀ ଦେବୀ ରଞ୍ଜନ ତ୍ରିପାଠୀ ପ୍ରାର୍ଥୀପତ୍ର ଦାଖଲ କରିବା ଅବସରରେ ଏପରି ହୋଇଥିବା ଚର୍ଚ୍ଚା ହେଉଛି। ଅପରପକ୍ଷେ, ଏହାକୁ ଘୋର ନିନ୍ଦା କରିଛନ୍ତି ମନ୍ଦିରର ସେବାୟତ। କାହିଁକି ଦଳୀୟ ରାଜନୀତିରେ ମାଆଙ୍କୁ ବ୍ୟବହାର କରାଗଲା ତାକୁ ନେଇ ବୁଦ୍ଧିଜୀବୀ ମହଲ ପ୍ରଶ୍ନ ଉଠାଇଛନ୍ତି । ଏଥିରେ ରାଜନୀତି କରିବା ଠିକ ନୁହେଁ ବୋଲି ଯୁକ୍ତି ବାଢ଼ିଛି ଶାସକ ଦଳ।
