ଭୁବନେଶ୍ୱରରୁ ପ୍ରାର୍ଥିପତ୍ର ଦାଖଲକଲେ ମନ୍ମଥ ରାଉତରାୟ

ଖୋର୍ଦ୍ଧା: ଭୁବନେଶ୍ୱରରୁ ନିର୍ବାଚନ ରାଣାଙ୍ଗନରେ ଅବତୀର୍ଣ୍ଣ ବିଜେଡିର ସାଂସଦ ପ୍ରାର୍ଥୀ କ୍ୟାପ୍‌ଟେନ୍‌ ମନ୍ମଥ ରାଉତରାୟ ନିଜ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଶଗଡ଼ ଗାଡ଼ିରେ ମନ୍ମଥଙ୍କ ଶୋଭାଯାତ୍ରା ସ୍ଥାନୀୟ ମୁକୁନ୍ଦପ୍ରସାଦ ଅସୁରଢ଼ିପଠାରୁ ତିନିଟି ବଳଦ ଯୋଚା ଯାଇଥିବା ଶଗଡ଼ଗାଡ଼ିରେ ଶୋଭାଯାତ୍ରାରେ ବାହାରିଥିଲେ। ଶୋଭାଯାତ୍ରାରେ ପାଇକ ଖେଳ ବି ବେଶ୍‌ ମନମୁଗ୍ଧକର ହୋଇଥିଲା।

ଶୋଭାଯାତ୍ରାରେ ପୂର୍ବ ଜଟଣି ବିଧାୟକ ତଥା ମନ୍ମଥଙ୍କ ବାପା ସୁର ରାଉତରୟ ଓ ବେଗୁନିଆର ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଦୀପ ସାହୁ ଓ ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ ଯୋଗଦେଇଥିଲେ। ଭୁବନେଶ୍ବର ଲୋକସଭା କ୍ଷେତ୍ରର ରିଟର୍ଣ୍ଣିଂ ଅଫିସର ତଥା ଖୋର୍ଦ୍ଧା ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ନିକଟରେ ସେ ପ୍ରାର୍ଥିପତ୍ର ଦାଖଲ କରିଥିଲେ

Leave a Reply

Your email address will not be published. Required fields are marked *

Powered by Joinchat