ମହାପ୍ରଭୁ ଶ୍ରୀ ଜଗନ୍ନାଥ ୧୯୦୫ ମସିହାରୁ ଦର୍ଶନ ଦେଇନାହାନ୍ତି ଦୁର୍ଲଭ ଶ୍ରୀ ରଘୁନାଥ ବେଶରେ

ଶେଷଥର ପାଇଁ ୧୯୦୫ ମସିହାରେ ମହାପ୍ରଭୁ ଭକ୍ତଙ୍କୁ ଏହି ଦୁର୍ଲଭ ବେଶରେ ବିଶ୍ଵବାସୀ ଦର୍ଶନ କରିଥିବାର ପ୍ରମାଣ ୧୯୦୫ ଏପ୍ରିଲ ୧୫ ତାରିଖ ରେ ଉତ୍କଳ ଦୀପିକା ନାମକ ଓଡ଼ିଆ ପତ୍ରିକାରେ ମୁଦ୍ରିତ ହୋଇଥିଲା।

ମେ ୦୬ ୧୯୦୫,ଶନିବାରରେ ଶ୍ରୀକ୍ଷେତ୍ର ରେ ମହାପ୍ରଭୁଙ୍କର ଏହି ଦୁର୍ଲଭ ବେଶ ହୋଇଥିଲା। ବଡଭାଇ ବଳରାମ ଲକ୍ଷ୍ମାଣ ବେଶରେ ଛତ୍ରିକା ଧରି , ମହାପ୍ରଭୁ ଶ୍ରୀରାମ ନିଜ ଜାନୁରେ ମା ସୀତାଙ୍କୁ ବସାଇ ଏବଂ ପାଖରେ ଅଙ୍ଗଦ, ଜାମ୍ବବାନ, ସୁଗ୍ରୀବ ଓ ହନୁମାନ ଓ ଆନ୍ୟମାନଙ୍କ ସହିତ ଦର୍ଶନ ଦେଇଥିଲେ।

ପ୍ରାୟ ୫୦ ରୁ ୬୦ ହଜାର ଭକ୍ତ ମନ୍ଦିର ଭିତରେ ଉକ୍ତ ବେଶକୁ ଦର୍ଶନ କରିଥିଲେ ।

ଏହା ପରଠାରୁ ଆଉ ମହାପ୍ରଭୁଙ୍କୁ ଏହି ବେଶ କରାଯାଇନି। ୧୯୮୩ ମସିହାରେ ଶ୍ରୀମନ୍ଦିର ପ୍ରଶାସନ ଆଗ୍ରହ ପ୍ରକାଶ କରିଥିଲେ ବି ଆର୍ଥିକ ଦୃଷ୍ଟିକୋଣରୁ ନିରବ ରହିଥିଲା। ସ୍ବର୍ଣ୍ଣଭଣ୍ଡାର ଚାବି ଗୁମ ଓ ପ୍ରଶାସନର ଅପାରଗତା ପାଇଁ ମହାପ୍ରଭୁଙ୍କ ଅଳଙ୍କାର ଅଛି କି ନାହିଁ,, ଆଗକୁ ଆଉ ରଘୁନାଥ ବେଶ ହୋଇପାରିବକି ନାହିଁ ଏପରି ଅନେକ ପ୍ରଶ୍ନ ଜଗନ୍ନାଥ ପ୍ରେମୀଙ୍କ ମନରେ ଉଙ୍କି ମାରୁଛି।

Leave a Reply

Your email address will not be published. Required fields are marked *

error: Content is protected !!