ମହାରାଷ୍ଟ୍ରରେ ହାତ ଛାଡି ଏକନାଥ ସିନ୍ଧେଙ୍କ ହାତ ଧରିଲେ ପୁରୁଖା ନେତା ସଞ୍ଜୟ ନିରୁପମ

ମୁମ୍ବାଇ :ଖବରରୁ ପ୍ରକାଶ ଯେ ମହାରାଷ୍ଟ୍ର କଂଗ୍ରେସରୁ ପୁରୁଖା ନେତା ସଞ୍ଜୟ ନିରୁପମ ଇତିମଧ୍ୟରେ ଇସ୍ତଫା ଦେଇ ଏକନାଥ ସିନ୍ଧେଙ୍କ ଶିବସେନା ଦଳରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଯୋଗଦେଇଛନ୍ତି। ସାମ୍ବାଦିକ ସମିଳନୀରେ ମୁଖ୍ୟମନ୍ତ୍ରୀ ନିଜେ ଶ୍ରୀ ନିରୁପମଙ୍କ ସ୍ୱାଗତ କରିବା ସହିତ ଦୀର୍ଘ ୨୦ବର୍ଷ ପରେ ନିରୁପମ ଶିବସେନାକୁ ପୁନଃ ପ୍ରତ୍ୟାବର୍ତନ ହୋଇଥିବାରୁ ସମସ୍ତେ ଖୁସି ବୋଲି କହିଥିଲେ

ଏଠାରେ ଜଣାଇଦେଉଛୁ ଯେ ପୂର୍ବରୁ ବହୁତ ଥର ଶ୍ରୀ ନିରୁପମ କଂଗ୍ରେସ ଦଳରେ ରହି ମଧ୍ୟ କଂଗ୍ରେସର କିଛି ନିର୍ଣ୍ଣୟ ଙ୍କୁ ବିରୋଧ କରୁଥିଲେ ଯେମିତିକି ପାୱାର ଓ ଉଦ୍ଧବ ଠାକରେ ଙ୍କ ସହ ଗଠବନ୍ଧନ। ଯାହାକି ଶେଷରେ ଶିବସେନାରେ ମିଶିବା ପାଇଁ ରାସ୍ତା ପ୍ରଶସ୍ତ କଲା।

Leave a Reply

Your email address will not be published. Required fields are marked *

error: Content is protected !!