ରାହୁଲ ଗାନ୍ଧୀ ପୁଣି ସନାତନ ବିରୋଧୀ ମନ୍ତବ୍ୟ ଦେଲେ

ନୂଆଦିଲ୍ଲୀ : ରାହୁଲ ଗାନ୍ଧୀ ପୁଣି ଥରେ ସନାତନ ଧର୍ମକୁ ଅସମ୍ମାନ କରିଛନ୍ତି।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମୁଦ୍ର ଜଳ ମଧ୍ୟରେ ଦ୍ୱାରକା ପୂଜାକୁ ଏକ ନାଟକ ବୋଲି ବର୍ଣ୍ଣନା କରିଛନ୍ତି । ପୁଣେରେ ହୋଇଥିବା ନିର୍ବାଚନ ରାଲିରେ ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦୀ ବେଳେବେଳେ ପାକିସ୍ତାନ ବିଷୟରେ କଥା କୁହନ୍ତି ଏବଂ ବେଳେବେଳେ ପାଣି ତଳେ ଯାଇ ନାଟକ କରିବା ଆରମ୍ଭ କରନ୍ତି । ତାଙ୍କ ଅଭିଭାଷଣରେ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ମଧ୍ୟ ଅସମ୍ମାନ କରିଛନ୍ତି । ଏହା ସହ ଜଡିତ ଭିଡିଓ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହେବାରେ ଲାଗିଛି ।

ରାହୁଲ ଗାନ୍ଧୀଙ୍କ ଭିଡିଓ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ମେଗା ଅପଡେଟ୍ ନାମକ ଏକ ଆକାଉଣ୍ଟ ଦ୍ୱାରା ପୋଷ୍ଟ କରାଯାଇଛି । ଏହା ପ୍ରଥମ ଥର ନୁହେଁ ଯେ ସେ ହିନ୍ଦୁମାନଙ୍କର ସନାତନ ଧର୍ମ ଉପରେ କଟାକ୍ଷ କରିଛନ୍ତି । ତାଙ୍କ ନିଜ ରୁଦ୍ରକ୍ଷ, ଗେରୁଆ ପିନ୍ଧା ଫୋଟୋ ପୋଷ୍ଟ କରି ଲୋକମାନେ ତାଙ୍କୁ ମଧ୍ୟ କଟାକ୍ଷ କରିବା ଆରମ୍ଭ କଲେଣି

Leave a Reply

Your email address will not be published. Required fields are marked *

error: Content is protected !!