ଦିଲ୍ଲୀ କଂଗ୍ରେସ କୁ ଶକ୍ତ ଧକ୍କା

ନୂଆଦିଲ୍ଲୀ : ସବୁ କଳ୍ପନା ଜଳ୍ପନା ର ଅନ୍ତ ଘଟାଇ ଶେଷରେ ଦିଲ୍ଲୀ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ଅରବିନ୍ଦର ସିଂହ ଲଭଲି ଶନିବାର ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି। ତାଙ୍କ ସହ ପୂର୍ବତନ ବିଧାୟକ ନୀରଜ ବସୋୟା ଓ ନସିବ ସିଂହ ଏବଂ ପୂର୍ବତନ ମନ୍ତ୍ରୀ ରାଜ କୁମାର ଚୌହାନ ମଧ୍ୟ ବିଜେପିରେ ଯୋଗ ଦେଇଛନ୍ତି। ଉଭୟ ଅରବିନ୍ଦର ଲଭଲି ଏବଂ ରାଜ କୁମାର ଚୌହାନ ପୂର୍ବର ଶୀଲା ଦୀକ୍ଷିତ ସରକାରରେ ମନ୍ତ୍ରୀ ଥିଲେ।

କଂଗ୍ରେସ ନେତା ଅରବିନ୍ଦର ସିଂ ଲଭଲି ଏପ୍ରିଲ ୨୮ ରେ କଂଗ୍ରେସର ରାଜ୍ୟ ସଭାପତି ପଦରୁ ଇସ୍ତଫା ଦେଇଥିଲେ । ସେ ପୂର୍ବରୁ ଆମ ଆଦମୀ ପାର୍ଟି ସହ ମେଣ୍ଟ ଓ ବାହାରର କିଛି ଲୋକଙ୍କୁ ଦିଲ୍ଲୀ ରେ ଲୋକସଭା ପ୍ରାର୍ଥୀ କରାଯିବାର କେଦ୍ରୀୟ ନେତୃତ୍ୱ ଙ୍କ ନିଷ୍ପତି କୁ ବିରୋଧ କରୁଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!