ଗୁଜୁରାଟ ପୋଲିସ ଶୁକ୍ରବାର ଦିନ ଜଣେ ବ୍ୟକ୍ତି କୁ ଗିରଫ କରିଛି ଯେ କି କିଛି ବିଜେପିର ଆଗ ଧାଡିର ନେତା ଏବଂ ଏକ ଦକ୍ଷିଣପନ୍ଥୀ ସଂଗଠନର ନେତାଙ୍କୁ ହତ୍ୟା କରିବାକୁ ଷଡ଼ଯନ୍ତ୍ର କରୁଥିଲା । ଅଭିଯୁକ୍ତର ନାମ ମୌଲଭି ସୋହେଲ ଅବୁବକର ତିମୋଲ ଅଟେ। ସୁରଟର ସୂତା କାରଖାନାରେ ମ୍ୟାନେଜର ଭାବରେ ନିଯୁକ୍ତ ଏହି ବ୍ୟକ୍ତି ହିନ୍ଦୁ ଭାବମୂର୍ତ୍ତି ଥିବା ଅନେକ ନେତାଙ୍କୁ ହତ୍ୟା କରିବାକୁ ଷଡଯନ୍ତ୍ର ରଚିଥିଲେ।
ପୋଲିସର ସୂଚନାନୁସାରେ, ଭର୍ଚୁଆଲ ନମ୍ବର ସାହାଯ୍ୟରେ ବ୍ୟକ୍ତି ପାକିସ୍ଥାନ ଏବଂ ନେପାଳର କିଛି ଲୋକଙ୍କ ସହ ଯୋଗାଯୋଗରେ ଥିଲେ। ତେଲେଙ୍ଗାନାର ବିଜେପି ବିଧାଯ଼କ ରାଜା ସିଂହ, ପୂର୍ବତନ ବିଜେପି ମୁଖପାତ୍ର ନୁପୁର ଶର୍ମା ଏବଂ ସୁଦର୍ଶନ ଟିଭି ଚ୍ୟାନେଲର ମୁଖ୍ୟ ସମ୍ପାଦକଙ୍କୁହତ୍ୟା କରିବାର ଯୋଜନା ଥିଲା।ପୋଲିସ ମୁତାବକ ଲୋକସଭା ନିର୍ବାଚନ ସମଯୟରେ ଧାର୍ମିକ ଭାବନାକୁ ଆଘାତ ଦେବା ଏବଂ ସାମ୍ପ୍ରଦାଯ଼ିକ ହିଂସାକୁ ଉସୁକାଇବା ପାଇଁ ଷଡଯନ୍ତ୍ର କରୁଥିଲା।
“ଟିମୋଲର ମୋବାଇଲ୍ ଚାଟରୁ ଜଣାପଡ଼ିଛି ଯେ ସେ ପାକିସ୍ତାନ ଏବଂ ନେପାଳର ଆତଙ୍କବାଦୀଙ୍କ ସହ ଷଡ଼ଯନ୍ତ୍ର କରି ଏକ କୋଟି ଟଙ୍କାର ‘ସୁପାରୀ” (ହତ୍ୟା ପାଇଁ ଚୁକ୍ତି) ପ୍ରଦାନ କରିଥିଲାଏବଂ ନିଜର ପ୍ରଥମ ଟାର୍ଗେଟକୁ ମାରିବା ପାଇଁ ପାକିସ୍ତାନରୁ ଅସ୍ତ୍ରଶସ୍ତ୍ର ସଂଗ୍ରହ କରିଥିଲେ ଯେ କି ହିନ୍ଦୁ ସନାତନ ସଂଘର ରାଷ୍ଟ୍ରୀଯ଼ ଅଧ୍ୟକ୍ଷ ଉପଦେଶ ରାଣା ଥିଲେ ।କମଲେଶତିୱାରୀ ଭଳି ଉପଦେଶ ରାଣାଙ୍କୁ ମାରିବାର ଷଡଯନ୍ତ୍ର ହୋଇଥିଲା।