ଶ୍ରୀକ୍ଷେତ୍ରରେ ଆଜି ପଇତା ଲାଗି ନୀତି, ଭକ୍ତଙ୍କ ପାଇଁ ଦର୍ଶନ ୪ ଘଣ୍ଟା ନିଷେଧ

ପୁରୀ : ଶ୍ରୀକ୍ଷେତ୍ର ରେ ଆଜି ୬ ତାରିଖ ସୋମବାର ବୈଶାଖ ଶୁକ୍ଳ ତ୍ରୟୋଦଶୀ ତିଥିରେ ମହାପ୍ରଭୁଙ୍କର ‘ପଇତାଲାଗି ନୀତି’ ଅନୁଷ୍ଠିତ ହେବ । ଏହି ନୀତିକୁ ଦଇତାପତି ସେବକମାନେ ସମ୍ପର୍ଣ୍ଣ କରିଥାନ୍ତି।ମହାପ୍ରଭୁଙ୍କ ଅଧରର ସୁରକ୍ଷା ପାଇଁ ଏହି ନୀତି ବର୍ଷକୁ ଦୁଇ ଥର ଅନୁଷ୍ଠିତ ହୋଇଥାଏ ।ଏହା ଏକ ଗୁପ୍ତ ନୀତି 1ସେଥିପାଇଁ ଶ୍ରୀମନ୍ଦିରରେ ଠାକୁରଙ୍କ ଦର୍ଶନ ଭକ୍ତଙ୍କ ପାଇଁ ବନ୍ଦ ରହିବ । ଶ୍ରୀଜୀଉଙ୍କ ଦ୍ଵିତୀୟ ଭୋଗମଣ୍ଡପ ପୂଜା ହେବା ପରେ ସୋମବାର ସନ୍ଧ୍ୟା ୬ ଟାରୁ ରାତ୍ର ୧୦ ଟା ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ।

Leave a Reply

Your email address will not be published. Required fields are marked *

error: Content is protected !!