ପାକିସ୍ତାନ ହାତରେ ଚୁଡ଼ି ପିନ୍ଧିନି-ଫାରୁକ ଅବଦୁଲା ଦେଲେ ରାଜନାଥ ବିବୃତି ଉପରେ ପ୍ରତିକ୍ରିୟା

ଜାମ୍ମୁ : କେନ୍ଦ୍ରୀୟ ରକ୍ଷାମନ୍ତ୍ରୀଙ୍କ ପିଓକେ ଉପରେ ଦେଇଥିବା ବିବୃତି ଉପରେ ଇତିମଧ୍ୟରେ ଜାମ୍ମୁ, କାଶ୍ମୀରର ପୂର୍ବ ମୁଖ୍ୟମନ୍ତ୍ରୀ ଓ ଏନସିପି ନେତା ନିଜ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ “ପାକିସ୍ତାନ ହାତରେ ଚୁଡ଼ି ପିନ୍ଧି ବସିନି ସେ ପରମାଣୁ ଶକ୍ତି ସମ୍ପର୍ଣ୍ଣ ଦେଶ ଯାହାକୁ ସେ ଭାରତ ଉପରେ ପକାଇବ। ଯଦି ରକ୍ଷା ମନ୍ତ୍ରୀ ପାକିସ୍ତାନ ଜବରଦଖଲରେ ଥିବା ଜାଗା କୁ ଫେରାଇଆଣି ପାରିବେ ବୋଲିଭାବୁଛନ୍ତି ତାହେଲେ କିଏ ତାଙ୍କୁ ଅଟକାଇଛି?”

ସୂଚନାଯୋଗ୍ୟ ଯେ କିଛି ଦିନ ପୂର୍ବରୁ ରକ୍ଷାମନ୍ତ୍ରୀ ଶ୍ରୀ ରାଜନାଥ ସିଂ କହିଥିଲେ ଯେ ବ୍ୟସ୍ତ ହୁଅନ୍ତୁନି ପାରିବର୍ତ୍ତିତ ପରିସ୍ଥିତିରେ ପିଓକେ ଆପେ ଆପେ ଭାରତ ସହିତ ମିଶିଯିବ ଆମକୁ କିଛି କରିବାକୁ ପଡ଼ିବନି।

ଇତିମଧ୍ୟରେ ଓଡିଶା, କଟକ ଆସିଥିବା କେନ୍ଦ୍ରୀୟ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ମଧ୍ୟ ସମାନ ବିବୃତି ଦେଇ କହିଥିଲେ ଯେ ପିଓକେ ଭାରତର ଅବିଛେଦ୍ୟ ଅଙ୍ଗ ନିଶ୍ଚୟ ଭାରତକୁ ଫେରିବ।

Leave a Reply

Your email address will not be published. Required fields are marked *

error: Content is protected !!