ମାଟ୍ରିକ ପରୀକ୍ଷା ଫଳ ଚଳିତ ମାସ ଶେଷ ସୁଦ୍ଧା

ଚଳିତ ବର୍ଷ ରାଜ୍ୟରେ ୫ ଲକ୍ଷରୁ ଅଧିକ ମାଟ୍ରିକ୍ ପରୀକ୍ଷାର୍ଥୀ ୩ ହଜାର ୧୫୩ଟି କେନ୍ଦ୍ରରେ ଏଥର ପରୀକ୍ଷା ଦେଇଥିଲେ । କିନ୍ତୁ ନିର୍ବାଚନୀ ତାଲିମ୍ କାର୍ଯ୍ୟ ଏବଂ ବୋର୍ଡ ପକ୍ଷରୁ ମାଟ୍ରିକ୍ ଫଳ ପ୍ରକାଶନରେ ଏଥର କିଛି ନୂତନ ପଦକ୍ଷେପ ନେଇଥିବାରୁ ରେଜଲ୍ଟ ପ୍ରକାଶ ଲାଗି ଆକଳନ ହୋଇଥିବା ଧାର୍ଯ୍ୟ ସମୟକୁ ଇତିମଧ୍ୟରେ ଘୁଞ୍ଚାଇ ଦିଆଯାଇଛି ।

ପ୍ରକାଶଥାଉ କି ଗତବର୍ଷ ମାଟ୍ରିକ୍ ପରୀକ୍ଷା ଫଳ ମେ ୧୮ ତାରିଖରେ ବାହାରିଥିଲା ।ଚଳିତ ବର୍ଷ ହ୍ୱାଟସ୍ଆପ୍ ରେ ରେଜଲ୍ଟ ଜାଣିବା ଲାଗି ଆଉ ଏକ ନୂଆ ପଦକ୍ଷେପ ନେବାକୁ ବୋର୍ଡ ପ୍ରସ୍ତୁତି ଚଳାଇଛି । ଫଳ ପ୍ରକାଶ ମାତ୍ରେ ୬ ନିଜ ରେଜଲ୍ଟ ପାଇବା ଲାଗି ବୋର୍ଡ ପକ୍ଷରୁ ହ୍ୱାଟସ୍ଆପ୍ ରେଏହି ସୁବିଧା ଉପଲବ୍ଧ କରାଇବାକୁ ଯୋଜନା ହୋଇଛି ।

ସେହିପରି ଡିଜିଟାଲ୍ ସାର୍ଟିଫିକେଟ୍ ବ୍ୟବସ୍ଥା ପ୍ରଥମ ଥର ପାଇଁ ପ୍ରଚଳିତ ହେବାର ଯୋଜନା ଥିବାରୁ ତ୍ରୁଟିଶୂନ୍ୟ ସାର୍ଟିଫିକେଟ୍ ପ୍ରସ୍ତୁତ ଲାଗି ବୋର୍ଡ ପକ୍ଷରୁ ଏକ୍ସପର୍ଟଙ୍କ ସହାୟତା ନିଆଯାଇଛି । ଯାହା ଫଳରେ ମାସଧିକ କାଳ ସାର୍ଟିଫିକେଟ ପାଇଁ ଅପେକ୍ଷା କରିବାକୁ ପଡ଼ିବନି।

Leave a Reply

Your email address will not be published. Required fields are marked *

error: Content is protected !!