ପୂର୍ବ ଭଳି ପୁଣି ଥରେ ଭାରତୀୟ ବିଦେଶ କଂଗ୍ରେସର ଅଧ୍ୟକ୍ଷ ସାମ ପିତ୍ରୋଡା ଏକ ବିବାଦୀୟ ବୟାନ ଜାରି କରିଛନ୍ତି । ତାଙ୍କ ବୟାନକୁ ନେଇ ଆଲୋଚନା ଓ ବିରୋଧ ତୀବ୍ର ହେବାରେ ଲାଗିଛି।
ସୂଚନାଯୋଗ୍ୟ, ‘ଦ ଷ୍ଟେଟ୍ସମ୍ୟାନ’କୁ ଏକ ସାକ୍ଷାତକାରରେ ସାମ ପିଟ୍ରୋଡା ଦେଶର ବିବିଧତାକୁ ଏକ ଲୋକତାନ୍ତ୍ରିତକ ଉଦାହରଣ ଦେଇ କହିଥିଲେ ‘‘ଆମେ ବିବିଧତାରେ ଏକତା ବଜାୟ ରଖିପାରୁଛୁ, ଯେପରି ଆଜି ଯାଏ ଅଛୁ । ଗତ ୭୫ ବର୍ଷରେ ଆମେ ଏକ ଭଲ ମାହୋଲ ସୃଷ୍ଟି କରିଛୁ, ଯେଉଁଠି ସମସ୍ତେ ରହିପାରିବେ।
ପୂର୍ବ ଭାରତର ଲୋକ ଚୀନ ଲୋକ ପରି ଦେଖାଯାଆନ୍ତି, ପଶ୍ଚିମ ଲୋକ ଅରବ ପରି ଏବଂ ଉତ୍ତରର ଲୋକ ଗୋରା ଏବଂ ଦକ୍ଷିଣ ଭାରତୀୟ ଅଫ୍ରିକୀୟଙ୍କ ପରି ଦେଖାଯାଆନ୍ତି । ଏହା ଗୁରୁତ୍ୱ ରଖେ ନାହିଁ । ଆମେ ସମସ୍ତେ ଏକ ଏବଂ ଭାଇ-ଭଉଣୀ ।’’ ସାମ ପିତ୍ରୋଦାଙ୍କ ବିବୃତ୍ତିରେ ବିଜେପି ସାଂସଦ ରବିଶଙ୍କର ପ୍ରସାଦ କହିଛନ୍ତି ଯେ, ଏହା ବହୁଥର ସ୍ପଷ୍ଟ ହେଉଛି ଯେ, ସାମ ପିତ୍ରୋଡା ଭାରତ ପାଇଁ କଣ ଚିନ୍ତା କରୁଛନ୍ତି । ସେ ରାହୁଲ ଗାନ୍ଧୀଙ୍କ ପରାମର୍ଶଦାତା । ମୁଁ ଏବେ ବୁଝିପାରୁଛି ଯେ, ରାହୁଲ ଗାନ୍ଧୀ ବାଚଳାମୀ କାହିଁକି କରନ୍ତି । ସେ ନା ଭାରତକୁ ବୁଝିପାରନ୍ତି ଏବଂ ନା ଏହାର ଐତିହ୍ୟକୁ ବୁଝିପାରନ୍ତି।
ପିଟ୍ରୋଡାଙ୍କ ଏପରି ଜାତିଗତ ଆକ୍ଷେପକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ଵଶର୍ମା। ସେ କହିଛନ୍ତି, ”ମୁଁ ଭାରତର ଉତ୍ତରାଞ୍ଚଳର ବାସିନ୍ଦା, କିନ୍ତୁ ମୁଁ ଜଣେ ଭାରତୀୟ ପରି ଦିଶେ। ଆମେ ଦେଖିବାକୁ ଭିନ୍ନ ହୋଇଥାଉ, କିନ୍ତୁ ସମସ୍ତେ ଏକ। ଆମ ଦେଶ ବିଷୟରେ କିଛି ତ ଶିଖନ୍ତୁ” ବୋଲି ବିଶ୍ଵଶର୍ମା ପିଟ୍ରୋଡାଙ୍କ ଉଦ୍ଦେଶ୍ୟରେ କହିଛନ୍ତି। ସେହିପରି ବିଜେପିର ଲୋକସଭା ପ୍ରାର୍ଥୀ କଙ୍ଗନା ରଣାୱତ ମଧ୍ୟ ପିଟ୍ରୋଡାଙ୍କ ମନ୍ତବ୍ୟକୁ ସମାଲୋଚନା କରିଛନ୍ତି। ବିଜେପି ନେତା ରବିଶଙ୍କର ପ୍ରସାଦ ମଧ୍ୟ ପିଟ୍ରୋଡାଙ୍କୁ ସମାଲୋଚନା କରିବା ସହିତ ସେ ଆମ ଦେଶକୁ ଏଯାଏ ବୁଝିନାହାନ୍ତି ବୋଲି କହିଛନ୍ତି।