ଛାତ୍ରୀଙ୍କୁ ଗଣଦୁଷ୍କର୍ମ

ଭୁବନେଶ୍ୱର : ଖବରରୁ ପ୍ରକାଶ ଯେ ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ଆଞ୍ଚଳରେ ପଢୁଥିବା ଜଣେ ଛାତ୍ରୀଙ୍କୁ ତାଙ୍କର ଜଣେ ସହପାଠୀ ଗତ ଶୁକ୍ରବାର ଦିନ ନିଜ ଘରକୁ ଡାକି ଥିଲେ l ଘରେ ତାଙ୍କ ପରିବାର ଲୋକ ଅନୁପସ୍ଥିତ ଥିବା ବେଳେ ଅନ୍ୟ ସହପାଠୀ ସମସ୍ତେ ଉପସ୍ଥିତ ଥିଲେ l ସହପାଠୀ ଜଣକ ତାଙ୍କୁ ପିଇବା କୁ ଦେଇଥିଲେ କିଛି ସମୟ ପରେ ଛାତ୍ରୀ ଜଣକ ନିଶା ଦ୍ୱାରା ଚେତାଶୂନ୍ୟ ହେବା ପରେ ପୁଅ ସହପାଠୀ ଜଣଙ୍କ ଗଣଦୁଷ୍କର୍ମ କରିଥିଲେ l

ସହପାଠୀ ଜଣଙ୍କ ପରେ ତାର ପୁଅ ସହ ପାଠୀ ସାତ ଜଣଙ୍କୁ ଡାକିଥିଲା ସେ ମାନେ ଆସି ମଧ୍ୟ ଗଣଦୁଷ୍କର୍ମ କରିଥିଲେ l ଛାତ୍ରୀଙ୍କ ଚେତା ଫେରିବା ପରେ ନିଜ ଘରକୁ ଆସି ଘଟଣା ସମ୍ପର୍କ ରେ କହି ଥିଲେ ଓ ଥାନାରେ ଅଭିଯୋଗ ଦେଇଥିଲେ। ବୈଦ୍ୟନାପୁର ଥାନା ପୋଲିସ ଇତିମଧ୍ୟରେ ପୀଡିତାଙ୍କ ଡାକ୍ତରୀ ମାଇନା କରାଇଛି ଓ ଗଣଦୁଷ୍କର୍ମ ରେ ସମ୍ପୃକ୍ତ 8ଜଣ ସହପାଠୀଙ୍କୁ ଅଟକ ରଖି ତଦନ୍ତ ଚଳାଇଛି

ଭୁବନେଶ୍ୱରରୁ ସମୀର ରଞ୍ଜନ ନାୟକଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *

error: Content is protected !!