ନବରଙ୍ଗପୁର ଜିଲ୍ଲାର ଏକ ଉଚ୍ଚ ବିଦ୍ୟାଳୟରେ ଚତୁର୍ଥ ଶ୍ରେଣୀ କର୍ମଚାରୀ ରୂପେ କାର୍ଯ୍ୟରତ ଶ୍ରୀ ଅଲେଖ ରନ୍ଧାରୀ ନାମକ ଜଣେ କର୍ତ୍ତବ୍ୟରତ ପଞ୍ଚମ ପୋଲିଂ ଅଧିକାରୀଙ୍କର ଦୁର୍ଘଟଣାରେ ଦୁଃଖଦ ବିୟୋଗ ହୋଇଛି ।ସେ ଉମରକୋଟ ନିକଟରେ ଏକ ମର୍ମାନ୍ତୁତ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ ଯେତେବେଳେ ସେ ଡିସ୍ପର୍ସାଲ୍ ସେଣ୍ଟରରୁ ବୁଥ୍ ଅଭିମୁଖେ ଯାଉଥିଲେ ଓ ଉକ୍ତ ଦୁର୍ଘଟଣାରେ ସେ ମୃତ୍ୟୁବରଣ କରିଥିଲେ ।
ଖବରପାଇ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ବିହାରୀ ଧଳ ଏଥିରେ ଗଭୀର ଶୋକପ୍ରକାଶ କରିବା ସହ ସ୍ୱର୍ଗତ ରନ୍ଧାରୀଙ୍କ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଇଛନ୍ତି।ଏହା ସହ ସେ ଅମର ଆତ୍ମାଙ୍କ ସଦ୍ଗତି କାମନା କରିଛନ୍ତି। ତାଙ୍କ ପରିବାରବର୍ଗଙ୍କୁ ନିୟମାନୁଯାୟୀ ପ୍ରାପ୍ୟ ସହିତ ସାହାଯ୍ୟ ଭାବରେ ଭାରତ ନିର୍ବାଚନ ଆୟୋଗଙ୍କ ଘୋଷଣାମତେ ୧୫ ଲକ୍ଷ ଟଙ୍କାର ଅତିରିକ୍ତ ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ କରାଯିବ ବୋଲି ଶ୍ରୀ ଧଳ ଘୋଷଣା କରିଛନ୍ତି ।