କଂଗ୍ରେସ ନେତା ବିବାଦୀୟ ବକ୍ତବ୍ୟ ଦେବା ନୂଆ ନୁହେଁ ସେଥିରେ ପୁନଃ ନିଜ ନାମ ପଞ୍ଜିକରଣ କରିଛନ୍ତି ବରିଷ୍ଟ କଂଗ୍ରେସ ଲୋକସଭା ସଦସ୍ୟ ଅଧୀର ରଞ୍ଜନ ଚୌଧୁରୀ। ନିଜ ବିବାଦୀୟ ମନ୍ତବ୍ୟରେ ଶ୍ରୀ ଚୌଧୁରୀ କହିଛନ୍ତି ଯେ ଯଦି ଅଦାନୀ ଓ ଅମ୍ବାନୀ ଆମ ପାର୍ଟିକୁ ପଇସା ଦେବେ ତାହେଲେ ଆମେ ସେମାନଙ୍କ ନାଁ ନେଇ ବିରୋଧ କରିବା ବନ୍ଦ କରିଦେବୁ।
ଅଧୀର ରଞ୍ଜନ କେବଳ କଂଗ୍ରେସର ଦୁର୍ନୀତି ମୁଖା ଖୋଲିଛନ୍ତି ବୋଲି ନିଜ ଏକ୍ସ ଆକାଉଣ୍ଟରେ ନିଜ ପୋଷ୍ଟ ରେ ଲେଖିଛନ୍ତି ବିଜେପି ର IT ସେଲ ମୁଖ୍ୟ ଅମିତ ମାଲବୀୟ। ଶ୍ରୀ ମାଲବୀୟ ୩୩ ସେକେଣ୍ଡ ର ଏକ ଭିଡ଼ିଓ ପଠାଇଛନ୍ତି।
ଯେଉଁଥିରେ ଶ୍ରୀ ଚୌଧୁରୀ କହୁଛନ୍ତି ଯେ କଂଗ୍ରେସର ଲୋକସଭା ରେ ବିରୋଧୀ ଦଳର ନେତା କହିବାର ଶୁଣିବାକୁ ମିଳୁଛି ଯେ ” ତାଙ୍କ ପାର୍ଟି ପ୍ରସିଦ୍ଧ ଭାରତୀୟ ବ୍ୟବସାୟୀ ଅଦାନୀ ଓ ଅମ୍ବାନୀ ଙ୍କ ଉପରେ ଉଭୟ ପାର୍ଲିଆମେଣ୍ଟ ଭିତରେ ଓ ବାହାରେ ଆକ୍ରମଣ କରିବା ବନ୍ଦ କରିଦେବେ ଯଦି ସେମାନେ ତାଙ୍କୁ ଟଙ୍କା ପଠାଇବେ। ଜଣେ ରିପୋର୍ଟରଙ୍କୁ ମଜାଳିଆ ଢଙ୍ଗରେ ଏହା କହିଛନ୍ତି ସେ।