କର୍କଟ ରୋଗଠାରୁ ଶେଷରେ ଜୀବନ ଯୁଦ୍ଧ ହାରିଗଲେ ସୁଶୀଲ ମୋଦୀ

ଆଜି ବିଜେପିର ବରିଷ୍ଠ ନେତା ତଥା ରାଜ୍ୟସଭା ସାଂସଦ ସୁଶୀଲ ମୋଦିଙ୍କ ୭୨ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି ।ଅନେକଦିନ ହେଲା କର୍କଟ ରୋଗରେ ଆକ୍ରାନ୍ତ ହୋଇ ସେ ମାସେ ହେଲାଣି ଦିଲ୍ଲୀ ଏମ୍ସର ଆଇସିୟୁରେ ଚିକିତ୍ସିତ ହେଉଥିଲେ। ଆଜି ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି।

ବିହାରର ୨ ଥର ଉପ ମୁଖ୍ୟ ଭାବେ କାର୍ଯ୍ୟ କରିଥିବା ସୁଶୀଲ ବର୍ତମାନ ବିଜେପିର ରାଜ୍ୟସଭା ସଦସ୍ୟ ଥିଲେ । ବିଜେପିର ଜଣେ ଟାଣୁଆ ନେତା ହିସାବରେ ତାଙ୍କର ବେଶ ଦବଦବା ରହିଛି। ଅସୁସ୍ଥତା କାରଣରୁ ସେ ଏଥର ନିର୍ବାଚନ ଠାରୁ ନିଜକୁ ଦୂରେଇ ରଖିଥିଲେ।

ନିଜ ଶେଷ ଏକ୍ସ ପୋଷ୍ଟ ସେ ଏପ୍ରିଲ ୩ ତାରିଖରେ କରି ୬ ମାସ ହେବ କର୍କଟ ରୋଗରେ ପୀଡ଼ିତ ଥିବା ସମସ୍ତଙ୍କୁ ଜଣାଇଥିଲେ। ସେ ଲେଖିଥିଲେ ଯେ ”ଗତ ୬ ମାସ ହେବ କ୍ୟାନସର ସହ ସଂଘର୍ଷ କରୁଛି। କିନ୍ତୁ ଏବେ ଲାଗୁଛି ଯେ ଏକଥା ସମସ୍ତଙ୍କୁ ଜଣାଇବାର ସମୟ ଆସିଯାଇଛି। ତେଣୁ ଲୋକସଭା ନିର୍ବାଚନରେ ମୁଁ କିଛି କରିପାରିବି ନାହିଁ। ଏନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମଧ୍ୟ ଜଣାଇ ଦେଇଛି। ଦେଶ, ବିହାର ଓ ବିଜେପି ପାଇଁ ଶେଷ ପର୍ଯ୍ୟନ୍ତ ମୁଁ ସମର୍ପିତ ରହିବି।

ଶ୍ରୀ ସୁଶୀଲ ମୋଦିଙ୍କ ପାର୍ଥିବ ଶରୀର ଆସନ୍ତାକାଲି ବିହାରର ରାଜେନ୍ଦ୍ର ନଗର ସ୍ଥିତ ବାସଭବନକୁ ଅଣାଯିବ। ସେଠାରେ ତାଙ୍କର ଶେଷ ଦର୍ଶନ ପାଇଁ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଏହାପରେ ଆସନ୍ତାକାଲି ଅପରାହ୍ନରେ ବିହାରରେ ଶେଷକୃତ୍ୟ ଶେଷ ହେବ।

ଆଜି ତାଙ୍କ ମୃତ୍ୟୁରେ ଅନେକ ବିଶିଷ୍ଟ ବ୍ୟକ୍ତି ଗଭୀର ଶୋକ ବ୍ୟକ୍ତ କରିଛନ୍ତି।

Leave a Reply

Your email address will not be published. Required fields are marked *

error: Content is protected !!