ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାରଣାସୀରୁ ଲୋକସଭା ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଏହା ପୂର୍ବରୁ ମଧ୍ୟ ସେ ୨୦୧୪ ଓ ୨୦୧୯ରେ ବାରଣାସୀରୁ ନିର୍ବାଚନ ଜିତିଥିଲେ
ନାମାଙ୍କନ ପତ୍ର ଦାଖଲ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି କାଳ ଭୈରବ ମନ୍ଦିରରେ ପହଞ୍ଚିଥିଲେ । ପ୍ରଧାନମନ୍ତ୍ରୀ ବାବା କାଳ ଭୈରବଙ୍କଠାରୁ ବିଜୟର ଆଶୀର୍ବାଦ ନେଇଥିଲେ।
ଏହାପରେ ସେ ଏବେ ନାମାଙ୍କନ ପତ୍ର ଦାଖଲ ପାଇଁ ଡିଏମ୍ ଅଫିସରେ ପହଞ୍ଚିଥିଲେ । ଏସ ରାଜଲିଙ୍ଗମ୍ ସାମ୍ନାରେ ଶପଥ କରିଥିଲେ।ନାମାଙ୍କନ ଭରିବା ସମୟରେ ଗୃହମନ୍ତ୍ରୀ ଅମିତ ଶାହା, ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ଏବଂ ଏନଡିଏର ସମସ୍ତ ବଡ ନେତା ଉପସ୍ଥିତ ଥିଲେ।
ପ୍ରଧାନମନ୍ତ୍ରୀ ମୋଦୀ ଗଙ୍ଗା ସପ୍ତମୀ ସହ ପୌଷ୍ୟ ନକ୍ଷତ୍ରରେ ନାମାଙ୍କନପତ୍ର ଦାଖଲ କରିଥିଲେ। ପିଏମ ମୋଦୀଙ୍କ ନାମାଙ୍କନ ନେଇ ଲୋକଙ୍କ ମଧ୍ୟରେ ବହୁତ ଉତ୍ସାହ ରହିଛି।