ହିନ୍ଦୀ ଚଳଚିତ୍ର ଜଗତର ପ୍ରଖ୍ୟାତ ଅଭିନେତ୍ରୀ କୃତି ସେନନ ଚଳିତ ବର୍ଷ ଆରମ୍ଭରୁ ତାଙ୍କ ଚଳଚ୍ଚିତ୍ର ପାଇଁ ଲାଇମ୍ ଲାଇଟ୍ରେ ଅଛନ୍ତି। ଏହାବାଦ୍ ତାଙ୍କ ପ୍ରେମିକ କବୀର ବାହିୟାଙ୍କ ସହ ଡେଟିଂ କରୁଥିବା ଗୁଜବ ପାଇଁ ମଧ୍ୟ ଖବରରେ ଅଛନ୍ତି। ହେଲେ ଏ ସଂପର୍କରେ କୌଣସି ସୂଚନା ଦେଇନାହାନ୍ତି କୃତି। କିନ୍ତୁ ନିଜ ମନ gର ରାଜକୁମାର କେମିତି ହେବ ସେ ବିଷୟରେ ମୁହଁ ଖୋଲିଛନ୍ତି।
ଏକ ସାକ୍ଷାତ୍କାରରେ ତାଙ୍କୁ ପଚରାଯାଇଥିଲା, ସେ କେମିତି ଜୀବନସାଥୀ ଚାହୁଛନ୍ତି? ଉତ୍ତରରେ ହସି ହସି କୃତି କହିଥିଲେ, ‘ମୁଁ ଜାଣିନାହିଁ ମୁଁ ଯେମିତି ଖୋଜୁଛି ସେମିତି ଜୀବନସାଥୀ ମିଳିବେ କି ନାହିଁ। ତେବେ ମୋତେ ଲାଗୁଛି ଆମେ ନିଜ ଉପରେ ଅତ୍ୟଧିକ ଚାପ ପକାଉଛୁ କି ମୋତେ ଏମିତି ପୁଅ ଦରକାର, ସେମିତି ପୁଅ ଦରକାର।
ତେବେ ମୁଁ ଏମିତି ଜଣେ ସାଥୀ ଚାହୁଛି ଯିଏ ମୋତେ ହସାଇ ପାରିବ, ମୋ ସହିତ ଘଣ୍ଟା ଘଣ୍ଟା କଥା ହୋଇପାରିବ, ମତେ ବୁଝି ପାରିବ, ମୋ କାମକୁ ସମ୍ମାନ ଦେଇପାରିବ ଏବଂ ଏସବୁ ମୋ ପାଇଁ ଖୁବ୍ ଗୁରୁତ୍ବପୂର୍ଣ୍ଣ। ସଂପର୍କରେ ପ୍ରଥମେ ସଚ୍ଚୋଟତା ରହିବା ଉଚିତ। ଆଉ ସବୁଠୁ ବଡ଼ କଥା, ସେ କେୟାରିଂ ହେବା ଉଚିତ। ପ୍ରେମ ପାଇଁ ସର୍ବଦା ସମୟ ଦେବା ଦରକାର। ପ୍ରେମ ସୁନ୍ଦର… ଜଟିଳ ନୁହେଁ, ଏହା ସେ ବି ବୁଝିଥିବା ଦରକାର’।