ଓସିଏ ପକ୍ଷରୁ ପୁରୀଜିଲ୍ଲା ସ୍ତରୀୟ ଆନ୍ତଃ ବିଦ୍ୟାଳୟ କ୍ରିକେଟ ଟୁର୍ନାମେଣ୍ଟ ଆୟୋଜିତ

ପୁରୀ :ଓଡିଶା କ୍ରିକେଟ ଆସୋସିଏସନ ଆନୁକୂଲ୍ୟରେ ପୁରୀ କ୍ରୀଡା ସଂସଦ ଦ୍ୱାରା ପରିଚାଳିତ ପ୍ରଥମ ପୁରୀ ଜିଲ୍ଲା ସ୍ତରୀୟ ଆନ୍ତଃ ବିଦ୍ୟାଳୟ କ୍ରିକେଟ ପ୍ରତିଯୋଗିତା ମେ ୧ 2024 ଠାରୁ ଆରମ୍ଭ ହୋଇ ମେ ୧୪ରେ ଉଦଯାପିତ ହୋଇଅଛି l ଏହି ଟୁର୍ନାମେଣ୍ଟ ରେ ସାତୋଟି ବିଦ୍ୟାଳୟ ସ୍ତରୀୟ ଦଳ ଅଂଶଗ୍ରହଣ କରିଥିଲେ l ଫାଇନାଲ ମ୍ୟାଚରେ ନିମାପଡା ସଂଯୁକ୍ତ ବିଦ୍ୟାଳୟ ପୁରୀ ସଂଯୁକ୍ତ ବିଦ୍ୟାଳୟ -B ଦଳକୁ ୯୩ରନରେ ପରାସ୍ତ କରି ବିଜୟ ଲାଭ କରିଛି l

ପ୍ରତିଯୋଗିତା ରେ ମୁଖ୍ୟ ଖେଳାଳି ଭାବେ ନିଶିକାନ୍ତ ରାଓ ବିବେଚିତ ହୋଇଥିଲେ l ମ୍ୟାଚ ପରିଚାଳନା କରିଥିଲେ ସତ୍ୟସାଗର ଦାଶ, ରତିକାନ୍ତ ବେହେରା l ଉମେଶ ଚନ୍ଦ୍ର ମିଶ୍ର, ରାଜେଶ ବେହେରା, ମୁଖ୍ୟ ଅତିଥିଭାବେ ପୁରୀଜିଲ୍ଲା କ୍ରୀଡା ସଂସଦ ପ୍ରାକ୍ତନ ସମ୍ପାଦକ ରବିଶଙ୍କର ପ୍ରତିହାରୀ, ପୂର୍ବତନ କ୍ରୀଡ଼ାବିତ ଅମ୍ବିକା ପ୍ରସାଦ ଦାଶ, କ୍ରୀଡ଼ାବିତ ରାମନାରାୟଣ ଗୋଛିକାର ଶ୍ୟାମଳେନ୍ଦୁ ମହାନ୍ତି, ମାନସ ବେହୁରା, ସୁମନ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ l

Leave a Reply

Your email address will not be published. Required fields are marked *

error: Content is protected !!