ଶ୍ରୀକ୍ଷେତ୍ରରେ ନୀଳାଦ୍ରୀ ମହୋଦୟାଷ୍ଟମୀ

ନୀଳାଦ୍ରୀ ମହୋଦୟାଷ୍ଟମୀ ( ଶ୍ରୀମନ୍ଦିର ପ୍ରତିଷ୍ଠା ଦିବସ )

ସତ୍ୟଯୁଗରେ ଏହି ପବିତ୍ର ଦିବସରେ ପିତାମହଃ ବ୍ରହ୍ମାଙ୍କ ଅଧ୍ୟକ୍ଷତାରେ, ମହାରାଜ ଇନ୍ଦ୍ରଦ୍ୟୁମ୍ନ ଙ୍କର ଉପସ୍ଥିତିରେ, ଭରଦ୍ୱାଜ ଆଦି ମୁନିଙ୍କ ଦ୍ୱାରା ଶ୍ରୀମନ୍ଦିର ପ୍ରତିଷ୍ଠା ହୋଇଥିଲା। ଏହି ଅତୀବ ପବିତ୍ର ଆଉ ଶୁଭ ଦିନ ଉପଲକ୍ଷେ ସମସ୍ତ ଜଗନ୍ନାଥ ପ୍ରେମୀଙ୍କୁ ଅନକେ ଶୁଭେଚ୍ଛାଶ୍ରୀମନ୍ଦିର ପରମ୍ପରାରେ ଏହା ହେଉଛି ତ୍ରୟୋଦଶ ଯାତ୍ରା ତଥା ନୀଳାଦ୍ରି ମହୋତ୍ସବ । ଏହି ବିଶେଷ ନୀତି ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ ଧାର୍ଯ୍ୟ ହୋଇଛି । ମଙ୍ଗଳବାର ବିଳମ୍ବିତ ରାତି ୩ଟାରେ ଶ୍ରୀମନ୍ଦିର ଦ୍ୱାର ଫିଟିବ । ଜଳ ବିଜେ ସମୟ ପୂର୍ବାହ୍ଣ ସାଢ଼େ ୧୧ଟା ରହିଛି ।

ଅଷ୍ଟମୀରେ ସକାଳ ଧୂପ ଓ ଆଲଟ ଲାଗି ସରିଲେ ଭିତର ଗମ୍ଭୀରାରେ ପାଣି ପଡ଼ିବ । ପରେ ଅଧିବାସ ଜଳକୁ ସେବକମାନେ ଘଣ୍ଟ ଛତା ଓ କାହାଳୀର ପଟୁଆରରେ ନେଇ ରତ୍ନ ସିଂହାସନ ନିକଟରେ ବିଜେ କରିବେ । ପରେ ଜଳପୂଜା ଓ ଜଳ ଲାଗି ବିଧି ସମ୍ପନ୍ନ ହେବ । ଅପରାହ୍ଣ ସାଢ଼େ ୩ଟାରେ ଦ୍ୱାଦଶ ଯାତ୍ରା ବନ୍ଦାପନା ନୀତି ଅନୁଷ୍ଠିତ ହେବ । ସ୍କନ୍ଦ ପୁରାଣ ଅନୁସାରେ ବୈଶାଖ ମାସ ପୁଷ୍ୟାଯୋଗଯୁକ୍ତ ଶୁକ୍ଳପକ୍ଷ ଅଷ୍ଟମୀ ତିଥିରେ ସ୍ୱୟଂ ବ୍ରହ୍ମା ଶ୍ରୀମନ୍ଦିର ପ୍ରତିଷ୍ଠା କରିଥିଲେ । ଏଣୁ ଉକ୍ତ ତିଥିରେ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ବିଧି ହୋଇଥାଏ । ଏହାକୁ ଶ୍ରୀମନ୍ଦିରର ବାର୍ଷିକୋତ୍ସବ ଭାବେ ମଧ୍ୟ ଗଣନା କରାଯାଏ ।

Leave a Reply

Your email address will not be published. Required fields are marked *

Powered by Joinchat