ବିଜେପି ଲୋକସଭା ପ୍ରାର୍ଥୀନୀ ଭାବେ ନାମାଙ୍କନ ପତ୍ର ଦାଖଲ କଲେ କଙ୍ଗନା

ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ ଭାଜପା ଟିକେଟ୍‌ରେ ନିର୍ବାଚନ ଲଢ଼ୁଛନ୍ତି। ସେ ମଣ୍ଡି ଲୋକ ସଭା ଆସନରୁ ନିର୍ବାଚନୀ ମଇଦାନରେ ଓହ୍ଲାଇଛନ୍ତି। ସେ ମଣ୍ଡି ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ନାମାଙ୍କନ ଦାଖଲ କରିଥିଲେ। ଏହି ସମୟରେ ତାଙ୍କ ସହ ବିଧାନସଭାରେ ନେତା ଥିବା ଜୟରାମ ଠାକୁର ଉପସ୍ଥିତ ରହିଥିଲେ।

କଙ୍ଗନା ମାତ୍ର ଦ୍ୱାଦଶ ଶ୍ରେଣୀ ଯାଏ ପଢ଼ିଛନ୍ତି। ହେଲେ ସେ ୯୧,୬୬,୩୧,୨୩୯ ଟଙ୍କାର ମାଲିକ। ତାଙ୍କ ପାଖରେ ୩ଟି ଦାମୀ କାର ବି ରହିଛି। ପ୍ରାର୍ଥିପତ୍ର ଦାଖଲ ବେଳେ କଙ୍ଗନା ଦେଇଥିବା ସତ୍ୟପାଠରେ ତାଙ୍କ ସମ୍ପତ୍ତି ବିବରଣୀ ସାର୍ବଜନୀନ କରିଛନ୍ତି।
ଘୋଷଣା ଅନୁସାରେ, କଙ୍ଗନାଙ୍କ ପାଖରେ ୨୮.୭ କୋଟି ଟଙ୍କା ଅସ୍ଥାବର ଓ ୬୨.୯ କୋଟି ଟଙ୍କାର ସ୍ଥାବର ସମ୍ପତ୍ତି ରହିଛି।

୩୭ ବର୍ଷୀୟ କଙ୍ଗନାଙ୍କ ପାଖରେ ନଗଦ ୨ ଲକ୍ଷ ଟଙ୍କା ରହିଛି। ବ୍ୟାଙ୍କରେ ସେ ମୋଟ ୧.୩୫ କୋଟି ଟଙ୍କା ଜମା ରଖିଛନ୍ତି। ମୁମ୍ବାଇ, ପଞ୍ଜାବ ଓ ହିମାଚଳ ପ୍ରଦେଶର ମଣ୍ଡିରେ ତାଙ୍କର ଜମି/ଘର ରହିଛି। ତାଙ୍କ ପାଖରେ ଗୋଟିଏ BMW, ଗୋଟିଏ ମର୍ସିଡିଜ ବେଞ୍ଜ ଓ ମର୍ସିଡିଜ ମେବାକ ରହିଛି। ଏହି ୩ ଦାମୀ ଗାଡ଼ିର ମୂଲ୍ୟ ୩.୯୧ କୋଟି ଟଙ୍କା।

ସୂଚନାଯୋଗ୍ୟ ଯେ ଏଥିସହିତ ତାଙ୍କ ଉପରେ ୧୭ କୋଟିର ଋଣ ରହିଛି। କେବଳ ସେତିକି ନୁହେଁ ହଜାର ହଜାର ନିବେଶ ସାଙ୍ଗକୁ ଅନେକେ ଏଲ୍‌ଆଇସି ପଲିସି ମଧ୍ୟ ରହିଛି।

ସତ୍ୟପାଠରୁ ଜଣାପଡିଛି ଯେ ତାଙ୍କ ବିରୋଧରେ ୮ଟି ଅପରାଧିକ ମାମଲା ରହିଛି। ଏଥି ମଧ୍ୟରୁ ୩ଟି ଧାର୍ମିକ ଭାବନାକୁ ଆଘାତ ଦେଇଥିବାରୁ ହୋଇଛି।

Leave a Reply

Your email address will not be published. Required fields are marked *

error: Content is protected !!
Open chat
ଜୟ ଜଗନ୍ନାଥ 🙏🏻
ଶ୍ରୀକ୍ଷେତ୍ର ନ୍ୟୁଜକୁ ସ୍ୱାଗତ