ମୋ ବୁଥ୍ ଆପ୍’ ଉନ୍ମୋଚିତ

ଭୁବନେଶ୍ୱର :ଆଜି ସିଓ ନିକୁଞ୍ଜ ବିହାରୀ ମୋ ବୁଥ୍ ଆପ୍’ ଉନ୍ମୋଚନ କରିଛନ୍ତି । ପ୍ରକାଶ ଯେ ସହରାଞ୍ଚଳ ଭୋଟରଙ୍କୁ ସଚେତନ ପାଇଁ ‘ମୋ ବୁଥ୍ ଆପ୍’ ଉନ୍ମୋଚନ ହୋଇଛି । ଆପ୍ ଓ ୱେବସାଇଟ ମାଧ୍ୟମରେ ବୁଥ୍ ସମ୍ପର୍କରେ ସବୁ ତଥ୍ୟ ଜାଣିହେବ ।ଏହି ଆପ୍ ମାଧ୍ୟମରେ ସେକ୍ଟର ଅଧିକାରୀମାନେ କେନ୍ଦ୍ରରେ ପୋଲିଂ ପାର୍ଟି ପହଞ୍ଚିବାର ସୂଚନା, ମକ୍ ପୋଲ୍ ଏବଂ ମତଦାନର ସଦ୍ୟତନ ସ୍ଥିତି, ମତଦାନ ପ୍ରକ୍ରିୟା ଶେଷ ଏବଂ ବୁଥ୍ରୁ ପୋଲିଂ ପାର୍ଟିର ପ୍ରସ୍ଥାନ ବିଷୟରେ ସୂଚନା ଦେବେ।

ଯାହା ଦ୍ୱାରା ସଂପୃକ୍ତ ଅଧିକାରୀମାନଙ୍କୁ ତ୍ୱରିତ ପଦକ୍ଷେପ ନେବାରେ ସହାୟକ ହେବ ।ଏତଦ୍ବ୍ୟତୀତ ସେକ୍ଟର ଅଧିକାରୀମାନେ ଆଇନଶୃଙ୍ଖଳା, ବିଧାନସଭା ଓ ସଂସଦୀୟ କ୍ଷେତ୍ରର ଇଭିଏମ୍ରେ ଯାନ୍ତ୍ରିକ ତ୍ରୁଟି ଏହି ଆପ୍ରେ ଉପଲବ୍ଧ କରାଇପାରିବେ। ଏଥିସହ ଉଭୟ ଜିଲ୍ଲାସ୍ତରୀୟ ଏବଂ ସେକ୍ଟର ଅଧିକାରୀମାନଙ୍କ ନିମନ୍ତେ ଏକ ସେଣ୍ଟ୍ରାଲ୍ ଡ୍ୟାସ୍ବୋର୍ଡ ଉପଲବ୍ଧ ରହିବ । ଯାହା ଦ୍ୱାରା ବିଭିନ୍ନ ତଥ୍ୟ ଗ୍ରହଣ ସହ ସମୀକ୍ଷା କରାଯାଇପାରିବ ।

ଭୁବନେଶ୍ୱର ରୁ ସମୀର ରଞ୍ଜନ ନାୟକଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *

error: Content is protected !!