ବିଜେପି ର ଶକ୍ତି କେନ୍ଦ୍ର ବୈଠକ ଅନୁଷ୍ଠିତ 

ଭୁବନେଶ୍ୱର :ଆଜି ଚ଼ାନ୍ଦପୁର ଠାରେ ପୁରୀ ଲୋକସଭା କ୍ଷେତ୍ରର ନୟାଗଡ଼, ରଣପୁର ଓ ଚ଼ିଲିକା ବିଧାନସଭା କ୍ଷେତ୍ରର ଶକ୍ତିକେନ୍ଦ୍ର ବୈଠକରେ ବରିଷ୍ଠ ବିଜେପି ନେତା ତଥା ଚ଼ିଲିକା ବିଧାନସଭା କ୍ଷେତ୍ରର ଭାଜପା ବିଧାୟକ ପ୍ରାର୍ଥୀ ଶ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ ଯୋଗ ଦେଇ ସାଂଗଠନିକ ବିଷୟରେ ଆଲୋଚ଼ନା କରିଥିଲେ।

ଏହି ବୈଠକରେ ରାଷ୍ଟ୍ରୀୟ ଭାଜପା ସଂଗଠନ ମନ୍ତ୍ରୀ ଶ୍ରୀ ବି.ଏଲ. ସନ୍ତୋଷ, ରାଷ୍ଟ୍ରୀୟ ଭାଜପା ପ୍ରବକ୍ତା ତଥା ପୁରୀ ଲୋକସଭା କ୍ଷେତ୍ରର ଭାଜପା ସାଂସଦ ପ୍ରାର୍ଥୀ ଡ଼ାଃ ସମ୍ବିତ ପାତ୍ର, ରାଜ୍ୟ ବିଜେପି ସଂଗଠନ ମନ୍ତ୍ରୀ ଶ୍ରୀ ମାନସ ମହାନ୍ତି, ରାଜ୍ୟ ଭାଜପା ସାଧାରଣ ସମ୍ପାଦକ ଶ୍ରୀ ଶାରଦା ପ୍ରସାଦ ଶତପଥୀ,ରଣପୁର ବିଧାନସଭା କ୍ଷେତ୍ରର ଭାଜପା ବିଧାୟିକା ପ୍ରାର୍ଥୀନୀ ଶ୍ରୀମତୀ ସୁରମା ପାଢ଼ୀ, ପୁରୀ ଲୋକସଭା କ୍ଷେତ୍ରର ଭାଜପା ସଂଯୋଜକ ଶ୍ରୀ ଶଙ୍କର ପରିଡ଼ା,ନୟାଗଡ଼ ଜିଲ୍ଲା ଭାଜପା ସଭାପତି ଶ୍ରୀ ତାପସ ରଞ୍ଜନ ମାର୍ଥା ପ୍ରମୁଖ ଉପସ୍ଥିତ ଥିଲେ।

ଭୁବନେଶ୍ୱର ରୁ ସମୀର ରଞ୍ଜନ ନାୟକ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *

error: Content is protected !!