ଭୁବନେଶ୍ୱର :ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟରେ ରାଜନୀତି ହିଂସା ହୋଇଥିବା ଖବର ମିଳିଛି l ମିଳିଥିବା ଖବର ଅନୁଯାଇ ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଶ୍ରୀକୃଷ୍ଣସରଣପୁର ଗାଁରେ ପୋଷ୍ଟର ମାରିବାକୁ କେନ୍ଦ୍ର କରି ବୁଧବାର ରାତିରେ ବିଜେଡି ଓ ବିଜେପିର ଦୁଇ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିଥିଲା। ବିଜେଡି ଗୋଷ୍ଠୀର ଖଣ୍ଡା ଚୋଟରେ ବିଜେପିର ୪ ଜଣ କର୍ମୀ ଆହତ ହୋଇଥିଲେ। ଗୁରୁତର ଆହତଙ୍କୁ ତୁରନ୍ତ ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା। ତେବେ ଆଜି ଚିକିତ୍ସାଧୀନ ଅବସ୍ଥାରେ ଜଣଙ୍କର ମୃତ୍ୟୁ ଘଟିଛି।
ସେପଟେ ଘଟଣାକୁ ନେଇ ପରିବାର ଲୋକଙ୍କ ସହ ମିଶି ଥାନା ଘେରାଉ କରିଛି ବିଜେପି।ତେବେ ଏହି ଥାନା ଘେରାଉ ବେଳେ ପୋଲିସ ଗାଡିକୁ ବୋତଲ ପଥର ମାଡ଼ ହୋଇଛି l ଅଭିଯୁକ୍ତଙ୍କୁ ଥାନାରୁ ନେବାବେଳେ ପୋଲିସ ଗାଡିଘେରିଥିଲେ ଲୋକେ ଲୋକଙ୍କ ପଥମାଡ଼ରେ ପୋଲିସ ଭ୍ୟାନର କାଚ ଭାଙ୍ଗିଛି ଖଲ୍ଲିକୋଟ ହିଂସା ଘଟଣା । ଖଲ୍ଲିକୋଟ ଥାନା ଘେରାଉ ବେଳେ ଉତ୍ୟକ୍ତ ଲୋକଙ୍କ ହୋହଲ୍ଲା । ଘଟଣାସ୍ଥଳରେ ୨ ପ୍ଲାଟୁନ ଫୋର୍ସ ମୁତୟନ ।
ଭୁବନେଶ୍ୱର ରୁ ସମୀର ରଞ୍ଜନ ନାୟକଙ୍କ ରିପୋର୍ଟ