ଭୁବନେଶ୍ୱର :ପ୍ରଧାନମନ୍ତ୍ରୀଙ୍କ ଫୋକସ ଓଡିଶା ପ୍ଲାନ ଅନୁଯାୟୀ ଓଡିଶା ଗସ୍ତ ରେ ଆସିଥିବା ଜେପି ନଡ୍ଡା ଆଜି ରାଜଧାନୀ ଭୁବନେଶ୍ବରରେ ପ୍ରଚାର କରିବେ । ଏକାମ୍ର ଭୁବନେଶ୍ବରରେ ରୋଡ୍ ସୋ’ କରିବେ ଜେପି ନଡ୍ଡା । ବାରିକ ସାହିରୁ ରୋଡ୍ ସୋ’ ବାହାରି ଲିଙ୍ଗରାଜ ମନ୍ଦିର ଯିବ।ପ୍ରଚାର ଓ ରୋଡ ସୋରେ କମ୍ପିବ ରାଜଧାନୀ । ସକାଳେ ଓ ସନ୍ଧ୍ୟାରେ ଦୁଇ ଜଣ ବଡ ନେତା ରୋଡ ସୋ କରି ଶକ୍ତି ପ୍ରଦର୍ଶନ କରିବେ ।ସକାଳ ୯ଟାରେ ନଡ୍ଡା ମାଉସୀ ମା’ ମନ୍ଦିରଠାରୁ ଲିଙ୍ଗରାଜ ମନ୍ଦିର ପର୍ଯ୍ୟନ୍ତ ରୋଡ୍ ଶୋ’ କରିବେ।
ପରେ ଅପରାହ୍ନରେ ବରଗଡ଼ ଜିଲ୍ଲାର ପଦ୍ମପୁର ଓ ସୁନ୍ଦରଗଡ଼ରେ ନିର୍ବାଚନୀ ସଭାକୁ ସମ୍ବୋଧିତ କରିବେ ।ଗତକାଲି ରାତିରେ ଭୁବନେଶ୍ୱର ପହଞ୍ଚିବା ପରେ ନଡ୍ଡା ଏକ ହୋଟେଲରେ ବିଜେପି ମହିଳା କାର୍ଯ୍ୟକର୍ତ୍ତାଙ୍କ ସହ ବୈଠକ କରିଥିଲେ। ଜେପି ନଡ୍ଡା ଏହି ଅବସରରେ କହିଥିଲେ ଯେ, ମୋଦି ସରକାରରେ ମହିଳାଙ୍କୁ ଅଧିକ ଗୁରୁତ୍ୱ ଦିଆଯାଉଛି । ଯଦି ଜଣେ ବ୍ୟକ୍ତି ସଶକ୍ତ ହେଉଛି ତେବେ କେବଳ ଜଣେ ସଶକ୍ତ ହେବ କିନ୍ତୁ ଜଣେ ନାରୀ ସଶକ୍ତ ହେଲେ ପୂରା ପରିବାର ସଶକ୍ତ ହେବ
ଭୁବନେଶ୍ୱର ରୁ ସମୀର ରଞ୍ଜନ ନାୟକଙ୍କ ରିପୋର୍ଟ