ଭୁବନେଶ୍ୱର : ରାଜ୍ୟରେ ଆସନ୍ତା କୋଡିଏ ତାରିଖ ରେ ଦ୍ଵିତୀୟ ପର୍ଯ୍ୟାୟ ତଦାନ ଅନୁଷ୍ଠିତ ହେବ ଏବଂ ଆଜି ମଧ୍ୟ ଶେଷ ହେଉଛି ଦ୍ଵିତୀୟ ପର୍ଯ୍ୟାୟ ମତଦାନ ପାଇଁ ପ୍ରଚାର l ତେବେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ ପ୍ରସ୍ତୁତି ନେଇ ସିଇଓଙ୍କ ପ୍ରେସମିଟ । ୨ୟ ପର୍ଯ୍ୟାୟରେ ଭୋଟ ଦେବେ ମୋଟ ୭୯ ଲକ୍ଷ ୬୯ ହଜାର ୮୮୭ ଭୋଟର । ୧୮ରୁ ୧୯ ବର୍ଷର ପ୍ରଥମ ଭୋଟର ୨.୬୭%, ୨୦ରୁ ୨୯ ବର୍ଷର ୨୧.୩୧ ପ୍ରତିଶତ ଭୋଟର । ୯୧୬୨ ବୁଥରେ ହେବ ମତଦାନ ପ୍ରତି ବୁଥରେ ହାରାହାରି ଭୋଟ ୮୭୦ ।
ଲୋକସଭା ନିର୍ବାଚନ ୨୦୨୪ l୧୦୪୧ ମହିଳା ପୋଲିଂ କର୍ମଚାରୀ ଏବଂ ୧୫୪୧ ମଡର୍ଣ୍ଣ ବୁଥ । ୨୧ ପ୍ରତିଶତ ସମ୍ବେଦନଶୀଳ କେନ୍ଦ୍ର ରହିଛି । ସେହିପରି ୧୦୨ କମ୍ପାନୀ ସିଏପଏଫ୍ ମୁତୟନ ରହିବେ । ୨୨ କମ୍ପାନୀ କନ୍ଧମାଳରେ, ୨୦ କମ୍ପାମୀ ଗଂଜାମ, ସୁନ୍ଦରଗଡ଼ରେ ୧୬ ଓ ବଲାଙ୍ଗିରରେ ୧୪ କମ୍ପାନୀ ମୁତୟନ ରହିବେ ।ନିର୍ବାଚନ ପୂର୍ବରୁ ରାଜ୍ୟରେ ୧୭ କୋଟି ୧୮ ଲକ୍ଷ ନଗଦ ଟଙ୍କା ଜବତ୩୧ ଲକ୍ଷ ଲିଟର ମଦ, ୭୩ କୋଟିର ବ୍ରାଉନସୁଗାର ଓ ଗଂଜେଇ ଜବତ ପ୍ରେସମିଟ ରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତିଭୁବନେଶ୍ୱର ରୁ ସମୀର ରଞ୍ଜନ ନାୟକ ଙ୍କ ରିପୋର୍ଟ
