ସମ୍ବିତ ପାତ୍ର ନିଜ ଭୁଲର ପ୍ରାୟଶ୍ଚିତ ପାଇଁ ୩ଦିନ ଉପବାସ ରହିବେ

ପୁରୀ :ମହାପ୍ରଭୁ ଜଗନ୍ନାଥ ଓ ମୋଦୀଙ୍କ ସମ୍ପର୍କିତ ବୟାନ ପରେ ଭୁଲ ସ୍ୱୀକାର କଲେ ପୁରୀ ଲୋକସଭା ଆସନ ବିଜେପି ପ୍ରାର୍ଥୀ । ଭୁଲର ପ୍ରାୟଶ୍ଚିତ ସ୍ୱରୂପ ୩ ଦିନ ପାଇଁ ଉପବାସ କରିବେ ସମ୍ବିତ ପାତ୍ର ।ଜଗନ୍ନାଥ ଓ ମୋଦୀଙ୍କ ସମ୍ପର୍କରେ ଦେଇଥିବା ମନ୍ତବ୍ୟକୁ ନେଇ ବିବାଦ ପରେ ସଫେଇ ରଖିଛନ୍ତି ପୁରୀ ବିଜେପି ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ର । ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି ସମ୍ବିତ ପାତ୍ର କହିଛନ୍ତି, ଭୁଲ ବଶତଃ ମୋ ପାଟିରୁ ବାହାରିଥିବା ଶବ୍ଦ ପାଇଁ ଭୁଲ ମାଗୁଛି ।

ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଭକ୍ତ ମୋଦୀ ବୋଲି କହିବା ବଦଳରେ ମୋଦୀଙ୍କ ଭକ୍ତ ଜଗନ୍ନାଥ ବୋଲି ଉଚ୍ଚାରଣ କରିଥିଲେ । ଏହାକୁ ନେଇ ରାଜନୀତି କରିବା ଅନୁଚିତ୍ ବୋଲି କହିଛନ୍ତି ସମ୍ବିତ ପାତ୍ର । ସେ ଆହୁରି ଲେଖିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗସ୍ତ ସମୟରେ ପୁରୀ ବଡଦାଣ୍ଡରେ ଜନଗହଳି ଥିଲା । ସେହି ସମୟରେ ସାମ୍ବାଦିକଙ୍କୁ ପ୍ରତିକ୍ରିୟା ଦେବା ବେଳେ ଭୁଲରେ ଏଭଳି କହିଛି |

Leave a Reply

Your email address will not be published. Required fields are marked *

error: Content is protected !!