ନୂଆଦିଲ୍ଲୀ ଏକଦା ଓଡିଶା ରାଜନୀତିର ସର୍ବଶକ୍ତିମାନ ନେତା ଥିଲେ ପାଣ୍ଡିଆନ।ଖବରରୁ ପ୍ରକାଶ ଯେ ଗତ ଦୁଇଦିନ ହେଲା ରାଜଧାନୀ ଦିଲ୍ଲୀରେ ଡେରା ପକାଇଛନ୍ତି ସେ। ଏକ ପଞ୍ଚତାରକା ହୋଟେଲରେ ଡେରା ପକାଇଛନ୍ତି। କେନ୍ଦ୍ର ଗୃହ ମନ୍ତ୍ରୀ ଙ୍କ ସହ ଦେଖା କରିବାକୁ ସମୟ ମାଗିଥିଲେ। କିନ୍ତୁ ଅମିତ ସାହା ଦେଖାକରିବାକୁ ସମୟ ଦେଇନାହାନ୍ତି। ଅମିତ ସାହାଙ୍କୁ ଦେଖା କରିବାର ଅଭିପ୍ରାୟ କଣ? କିଛି ଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କୁ ତାଛଲ୍ୟ କରୁଥିଲେ। ଏବେ କଣ ନୂଆ ସରକାରରେ ତଦନ୍ତର ଡର? ନା ବିଜେପି ଶରଣ ପଶିବାକୁ ଚାହୁଁଛନ୍ତି? କିନ୍ତୁ ବିଜେପି ର କେହି ନେତା ପାଖ ପୁରାଇ ଦେଉନାହାନ୍ତି।
କିଛିଦିନ ଆଗରୁ କ୍ୟାମେରା, ମାଇକ ଧରି ବୁଲିବୁଲି ପ୍ରଧାନମନ୍ତ୍ରୀଙ୍କୁ କଟାକ୍ଷ କରୁଥିବା ଲୋକର ଗୃହ ମନ୍ତ୍ରୀ ଙ୍କ ସହ କାମ କଣ?
ଏପଟେ ଖବର ମିଳୁଛି ଯେ ମୁଖ୍ୟମନ୍ତ୍ରୀଙ୍କ ଇସାରାରେ ନବୀନ ନିବାସରୁ ସୁରକ୍ଷା କର୍ମୀ ପାଣ୍ଡିଆନଙ୍କୁ ବାହାର କରିଥିଲେ। ନବୀନ ନିଜେ ତାଙ୍କ ଠାରୁ ଦୂରତ୍ୱ ଅବଲମ୍ବନ କରୁଛନ୍ତି