ପୁରୀ :ନିର୍ବାଚନରେ ମହାପ୍ରଭୁଙ୍କ ଚାରିଦ୍ୱାର ଯେମିତି ବିଜେପି ପାଇଁ ଏକପ୍ରମୁଖ ଅସ୍ତ୍ର ହୋଇଯାଇଥିଲା। ଏବେ ୪ ଦ୍ୱାର ଖୋଲିବା ନେଇ ଏକ ବଡ଼ ଖବର ଆସୁଛି। ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ପ୍ରସ୍ତୁତି। ଗତକାଲି ଜିଲ୍ଲାପାଳଙ୍କ ଅଧକ୍ଷତାରେ ବୈଠକର ନିଷ୍ପତ୍ତି ମୁତାବକ ଆଜି ଏକ ଟିମ୍ ଯାଇ ଅନୁଧ୍ୟାନ କରିଛନ୍ତି।
କିଛିଦିନ ଦିନ ମଧ୍ୟରେ ଭକ୍ତଙ୍କ ପାଇଁ ଅନ୍ୟ ଦ୍ୱାରମାନଙ୍କରେ ପ୍ରବେଶ ପାଇଁ ବ୍ୟବସ୍ଥା କରାଯାଉଛି । ଅନ୍ୟସମସ୍ତ ଦ୍ୱାରରେ ମଧ୍ୟ ସିଂହଦ୍ଵାର ଭଳି ଜିକଯାକ ବ୍ୟାରିକେଡ,ଜୋତା ଷ୍ଟାଣ୍ଡ ଆଦି କରାଯିବ। ସିଂହଦ୍ୱାରେ ଯେଉଁଭଳି ଭିଡ ନିୟନ୍ତ୍ରଣ କରିବାପାଇଁ ଭକ୍ତଙ୍କୁ ରୋକାଯାଉଛି ଅନ୍ୟ ଦ୍ୱାରରେ ବି ସେମିତି କରାଯିବ। ବିଜେପି ନିର୍ବାଚନ ସମୟରେ ନିର୍ବାଚନ ଇସ୍ତାହାର ରେ ଏହି ଦାବି ରଖିଥିଲା। ସରକାରକୁ ଆସିଲେ ଚାରି ଦ୍ୱାର ଖୋଲିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ସେହି ଅନୁଯାୟୀ ଆସନ୍ତା ଦୁଇ ତିନି ଦିନ ଭିତରେ ଖୋଲିବ ଚାରିଦ୍ୱାର।