କୋରାପୁଟ: ପ୍ରାକୃତିକ ପରିବେଶରେ ପରିବେଷ୍ଠିତ ପ୍ରସିଦ୍ଧ ଶାବର କ୍ଷେତ୍ର। ମହାପ୍ରଭୁଙ୍କ ଏହି ପୁରାତନ କ୍ଷେତ୍ରରେ ପାଳିତ ହୋଇଯାଇଛି ଦେବସ୍ନାନ ପୁର୍ଣ୍ଣିମା । ସ୍ନାନ ମଣ୍ଡପରେ ଗଜାନନ ବେଶରେ ଦର୍ଶନ ଦେଇଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ଭକ୍ତଙ୍କ ସମାଗମ ମଧ୍ୟରେ ମୃଦଙ୍ଗ ଓ ଘଣ୍ଟର ତାଳେ ତାଳେ ଶ୍ରୀମନ୍ଦିରରୁ ସ୍ନାନ ମଣ୍ଡପକୁ ବିଜେ କରିଥିଲେ ଚତୁର୍ଦ୍ଧାମୂର୍ତ୍ତି। ୧୨ଟା ୨୦ ମିନିଟରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ସ୍ନାନ ଆରମ୍ଭ ହୋଇଥିଲା । ଦିନ ୨ଟା ୨୦ ମିନିଟ ସମୟରୁ ଗଜାନନ ବେଶରେ ଦର୍ଶନ ଦେଇଥିଲେ ଚତୁର୍ଦ୍ଧାମୂର୍ତ୍ତି । ଶବର ସମ୍ପ୍ରଦାୟର ପୂଜକଙ୍କ ଦ୍ବାରା ନେତ୍ର ଉତ୍ସବ ପର୍ଯ୍ୟନ୍ତ ଗୁପ୍ତ ନୀତିକାନ୍ତି କରାଯିବ । ଶାବର ଶ୍ରୀକ୍ଷେତ୍ରରେ ଦେବସ୍ନାନରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ ସକାଶେ ଭକ୍ତଙ୍କ ମଧ୍ୟରେ ପ୍ରବଳ ଆଗ୍ରହ ଦେଖାଦେଇଥିଲା। ଭକ୍ତ ତିନି ଠାକୁରଙ୍କୁ ଗଜାନନ ବେଶରେ ଦେଖି ଆତ୍ମବିଭୋର ହୋଇଥିବା ଦେଖିବାକୁ ମିଳିଥିଲା ।