କର୍ଣ୍ଣାଟକର ଐତିହାସିକ ସହର ହୋସାପେଟେ ସହରରେ ମହାପ୍ରଭୁଙ୍କ ସ୍ନାନଯାତ୍ରା

କର୍ଣ୍ଣାଟକ : ମହାପ୍ରଭୁ ଜଗନ୍ନାଥଙ୍କ ବାର ମାସରେ ତେର ଯାତ୍ରାର ପ୍ରଥମ ଯାତ୍ରା ପବିତ୍ର ସ୍ନାନ ଯାତ୍ରା । ଏହି ଅବସରରେ ସୁଦୂର କର୍ଣ୍ଣାଟକର ବିଶ୍ଵପ୍ରସିଦ୍ଧ ଐତିହାସିକ ସହର ହୋସାପେଟେରେ ଶ୍ରୀଜୀଉ ମାନଙ୍କ ପବିତ୍ର ସ୍ନାନ ନୀତି ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହାକୁ ନେଇ ପ୍ରବାସୀ ଓଡ଼ିଆ ପରିବାର ସହିତ ସହରର ଅଣଓଡ଼ିଆ ମାନେ ମଧ୍ୟ ଚଳଚଂଚଳ ହୋଇଉଠିଥିଲେ।

ସକାଳେ ପୂଜାର୍ଚ୍ଚନା ପରେ ପୂର୍ବାହ୍ନରେ ଚତୁର୍ଦ୍ଧାମୂର୍ତୀଙ୍କୁ ସ୍ନାନ ମଣ୍ଡପକୁ ପହଣ୍ଡି ବିଜେ କରି ନିଆଯାଇଥିଲା । ଅମୃତ ଜଳ ଅଣା ଯାଇ ସ୍ନାନ ମଣ୍ଡପରେ ଚତୁର୍ଦ୍ଧାମୂର୍ତିଙ୍କୁ ପୂଜାର୍ଚ୍ଚନା ପରେ ସ୍ନାନ କରାଯାଇଥିଲା । ଶଙ୍ଖ, ଘଂଟ , ହୁଳହୁଳି ନାଦ ଏବଂ ଭକ୍ତ ଓ ଶ୍ରଦ୍ଧାଳୁ ମାନଙ୍କ ଜୟ ଜଗନ୍ନାଥ ଧ୍ବନିରେ ପରିବେଶ ଆଧ୍ୟାତ୍ମିକତାରେ ଉତ୍ସବ ମୁଖର ହୋଇ ଉଠିଥିଲା । ପରେ ମହାପ୍ରଭୁ ଭକ୍ତ ମାନଙ୍କୁ ଦୁର୍ଲଭ ଗଜବେଶ ରେ ଦର୍ଶନ ଦେଇଥିଲେ। ରାଜ୍ୟ ବାହାରେ ଜଗନ୍ନାଥ ସଂସ୍କୃତିର ପ୍ରଚାର ଓ ପ୍ରସାରରେ ଉକ୍ତ ସହରରେ ରହୁଥିବା ଓଡ଼ିଆ ପରିବାର ଉଦ୍ୟମରତ।

Leave a Reply

Your email address will not be published. Required fields are marked *

error: Content is protected !!