ଧୀରେ ଧୀରେ ପୋତି ହେବାକୁ ବସି ଲାଣି ଚିଲିକା

ପୁରୀ :ଧୀରେ ଧୀରେ ଚିଲିକା ପୋତି ହେବାକୁ ବସିଲାଣି l ଆଗ ଭଳି ଚିଲିକା ରୁ ମିଳୁଥିବା ମାଛ ପାତୁଆ, ସୁକୁରା, ବଲିଙ୍ଗି, ଖୁରାଣ୍ଡି, ସାଙ୍ଗୁଶ, ମଗର, କଣ୍ଟିଆ, ଖଇଙ୍ଗା ଚୁଙ୍ଗୁଡ଼ି, କଙ୍କଡା, ଖାରିପଣିଆ, ଗଣିଆ,ଆଦି ମାଛ କମ ମାତ୍ରା ରେ ମିଳୁଥିବା ଖୋର୍ଦ୍ଧା ଜିଲ୍ଲା ର ବାଲୁଗାଁ ମାଛ ପେଣ୍ଠ, ସୋରଣ ପେଣ୍ଠ, କାଳୁପଡା ଘାଟ ଓ ପୁରୀ ଜିଲ୍ଲା ସାତପଡା ଆଦି ପେଣ୍ଠ ରେ ମାଛ ଗୋଦାମ ରେ ମିଳୁଥିବା ମାଛରୁ ଜଣାପଡୁଛି l ତେବେ ଚିଲିକା ଦିନେ ତାର ସୌନ୍ଦର୍ଯ୍ୟ ହରେଇ ବସିବ ସେଥିରେ ତିଳେ ହେଲେ ସନ୍ଦେହ ନାହିଁ l

କେବଳ ସେତିକି ନୁହେଁ ଚିଲିକା ରେ ମାଛ ଧରୀ ଚଳୁଥିବା ମସ୍ୟଜୀଵୀ ମାନେ ନିଜ ଜୀବିକା ହରାଇ ବସିବେ l ଚିଲିକା କତୃପକ୍ଷଙ୍କ ଏଭିଳି ଚିଲିକା ପ୍ରତି ଅବହେଳା ଯାହା ବୃଦ୍ଧିଜୀବି ମହଲରେ ଅନେକ ପ୍ରଶ୍ନ ଉଠୁଛି ଶୀତ ଋତୁରେ ହଜାର ହଜାର ମାଇଲ ଅତିକ୍ରମ କରି ବିଦେଶୀ ପକ୍ଷୀ ଚିଲିକା କୁ ଛୁଟି ଆସନ୍ତି ଚିଲିକା ର ସୌନ୍ଦର୍ଯ୍ୟ ବିଦେଶୀ ପକ୍ଷୀ ମାନଙ୍କ ଚିକିରୀ ମିକିରୀ ଶବ୍ଦ ଚିଲିକାକୁ ପର୍ଯ୍ୟଟକଙ୍କୁ ଟାଣି ଆଣେ। ତେଣୁ ବେଳ ଥାଉ ଥାଉ ରାଜ୍ୟ ସରକାର ଓ ଚିଲିକା କର୍ତ୍ତୃପକ୍ଷ ଚିଲିକା ପ୍ରତି ଦୁଷ୍ଟି ଦେବା ଦରକାର l

ସମୀର ରଞ୍ଜନ ନାୟକଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *

error: Content is protected !!